ନୂଆଦିଲ୍ଲୀ – ଆପଣ ଯଦି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ଚାହାନ୍ତି ତ ଆପଣଙ୍କୁ ନିତି ଭଲ ନିଦ୍ରା ଯିବା ଉଚିତ। ମଣିଷଙ୍କ ପାଇଁ ୭ରୁ୮ ଘଣ୍ଟାର ନିଦ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଧାଁ ଦୌଡ଼ର ଏହି ଜୀବନରେ ଅନେକ ଥର ଲୋକେ ନିଦ ପୂରା କରି ପାରନ୍ତି ନାହିଁ।ହେଲେ ଏହା କେବେ କେବେ ପୂରା ହୋଇଥାଏ। କିନ୍ତୁ ଆପଣ କଣ ଏମିତି ଏକ ଗାଁ ବିଷୟରେ ଜାଣନ୍ତି , ଯେଉଁଠି ଲୋକେ ସବୁ ସମୟରେ ଶୋଇଥାନ୍ତି। ଏକ ଏମିତି ନିଆରା ଗାଁ ଅଛି, ଯେଉଁଠି ଲୋକେ ଚାଲୁ ଚାଲୁ ଶୋଇ ଯାଆନ୍ତି।
ଆମେ ଯେଉଁ ଗାଁ କଥା କହୁଛୁ , ସେହି ଗାଁ କାଜାକିସ୍ତାନରେ ରହିଛି। ଏହି ଗାଁର ନାଁ କଲାଚୀ। କୁହାଯାଏ କି ଏଠାରେ ଲୋକେ ଅନେକ ମାସ ଯାଏ ଶୋଇ ରୁହନ୍ତି। ଏହି କାରଣରୁ ଏହି ଗାଁକୁ ସ୍ଲିପି ହଲୋ ମଧ୍ୟ କୁହାଯାଏ। ଏହି ଗାଁ ବିଷୟରେ ଦାବି କରାଯାଉଛି କି, ଏଠାର ପ୍ରତି ବ୍ୟକ୍ତି ବର୍ଷରେ ଅତି କମ୍ରେ ଗୋଟିଏ ମାସ ଶୋଇ ଥାନ୍ତି। ଏବେ ପ୍ରଶ୍ନ ଉଠୁଛି କି, ଏଠାର ଲୋକଙ୍କ ସହ ଏମିତି କାହିଁକି ହେଉଛି। ଏହି ଗାଁର ଲୋକେ କଣ ନିଜ ଇଚ୍ଛାରେ ଏମିତି କରନ୍ତି ନା ତାଙ୍କ ଶରୀରରେ ଏମିତି ପ୍ରକ୍ରିୟା ଆପଣାଛାଏଁ ହୋଇଥାଏ , ଯେଉଁଥି ପାଇଁ ଏଠାର ଲୋକେ ଏତେ ଦିନ ଯାଏ ଶୋଇ ଯାନ୍ତି।
କାଜାକିସ୍ତାନର କଲାଚୀ ଗାଁରୁ ଯେବେ ଏହିପରି ମାମଲା ଅଧିକ ସାମନାକୁ ଆସିଲା ତ ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ କଲେ ଏବଂ ଜାଣିବାକୁ ଚେଷ୍ଟା କଲେ , ଏଠାର ଲୋକଙ୍କ ସହ ଏମିତି କାହିଁକି ହେଉଛି। ରିସର୍ଚ୍ଚରେ ଜଣା ପଡ଼ିଲା କି, ଏଠାର ଲୋକଙ୍କ ସହ ଏମିତି ଦୂଷିତ ପାଣି କାରଣରୁ ହେଉଛି। ଏହି ଗାଁର ପାଣି ରେ କାର୍ବନ ମୋନୋକ୍ସାଇଡ୍ ଅଧିକ ମାତ୍ରାରେ ମିଳିଥାଏ। ଏହାର କାରଣରୁ ଲୋକଙ୍କର ଏହି ସ୍ଥିତି ହୋଇଛି।