ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଗାଁ ବିବାଦରେ ଫସିଲେ ଠାକୁର: ଦରଖଣ୍ଡିଆ ଘରେ ପ୍ରଭୁ ଜଗନ୍ନାଥ, ନା ମୁଣ୍ଡ ଉପରେ ଛପର ଅଛି ନା ସୁରକ୍ଷା

ତେଲକୋଇ,୨୪/୦୯: ଗାଁ ବିବାଦରେ  ଫସିଛନ୍ତି ମହାପ୍ରଭୁ ଜଗନ୍ନାଥ । ଦୁଇ ଗୋଷ୍ଠୀଙ୍କ ତୁ  ତୁ ମେଁ ମେଁ ଭିତରେ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ନା ମୁଣ୍ଡ ଉପରେ ଛପର ନା ସୁରକ୍ଷା । ମାଟି ଲିପା ଦରଖଣ୍ଡିଆ ଘରେ ପୂଜା ପାଉଛନ୍ତି  ପ୍ରଭୁ । ଏ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା  ତେଲକୋଇ ବ୍ଲକ୍‌ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ।   ସମାକୁଦ ଗ୍ରାମରେ ଉତ୍ତର ପୂର୍ବ ଦିଗରେ ଏକ  ଜଗନ୍ନାଥ ମନ୍ଦିର ରହିଥିବା ବେଳେ ପଶ୍ଚିମ ଦିଗରେ  ଶିବ ମନ୍ଦିର ରହିଛି । ତତ୍କାଳୀନ ବିଜେଡି ସରକାର  ଅମଳରେ ଆମ ଓଡ଼ିଶା ନବୀନ ଯୋଜନାରେ ୪ ଲକ୍ଷ  ଟଙ୍କା ଅନୁଦାନରେ ଜଗନ୍ନାଥ ମନ୍ଦିର ନିକଟରେ ଏକ  ଗୋଷ୍ଠୀକେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ ହୋଇଥିଲା ।  ସେଠାରେ ଜଗନ୍ନାଥଙ୍କୁ ଅବସ୍ଥାପିତ କରାଯାଇଥାନ୍ତା ।  

ସେତେବେଳର ଶାସକ ଦଳର ଏକ ଗୋଷ୍ଠୀ ଜଗନ୍ନାଥ  ମନ୍ଦିର ପ୍ରାଙ୍ଗଣରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନକରି ଅନ୍ୟତ୍ର  ଗୋଷ୍ଠୀକେନ୍ଦ୍ର ନିର୍ମାଣ କରିଥିଲେ । ସରକାରଙ୍କ ରାଜସ୍ୱ  ବିଭାଗ ତରଫରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୋଷ୍ଠୀ  କେନ୍ଦ୍ର ନିର୍ମାଣ ନିମନ୍ତେ ଆବଶ୍ୟକ ଜାଗା ଯୋଗାଇ  ଦିଆଯାଇଥିଲା । ମାତ୍ର ଜୋରଯାର ମୁଳକ ତାର ନୀତିରେ  ଗୋଷ୍ଠୀକେନ୍ଦ୍ରକୁ ସଂପୃକ୍ତ ଗୋଷ୍ଠୀ ସ୍ଥାନାନ୍ତରିତ କରି ଅନ୍ୟତ୍ର  (ଶିବ ମନ୍ଦିର) ନିକଟରେ ନିର୍ମାଣ କରିଥିଲେ । ହେଲେ  ସୂଚନା ଫଳରେ ଜଗନ୍ନାଥ ମନ୍ଦିର ନିକଟରେ ହୋଇଥିବା  ଦର୍ଶାଇଛନ୍ତି । ଯାହାକୁ ନେଇ ଗ୍ରାମର ଅନ୍ୟ ଏକ ଗୋଷ୍ଠୀ  ଏହାକୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହା ସହିତ  ଗ୍ରାମର ଯଜ୍ଞ ମଣ୍ଡପ ଉନ୍ନତି କରଣ ନିମନ୍ତେ ଆଉ ଏକ ଗୋଷ୍ଠୀ ଗାଁ ମଣ୍ଡପ ଘର ନିର୍ମାଣ ନାଁରେ ପଞ୍ଚାୟତର  ସିଏଫ୍‌ସି ଅନୁଦାନରୁ ୨ ଲକ୍ଷ ୫୦ ହଜାର ଟଙ୍କା  ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଯଜ୍ଞମଣ୍ଡପ  କାର୍ଯ୍ୟରେ ଅନିୟମିତତା ନେଇ ମଧ୍ୟ ଗ୍ରାମବାସୀ  ଅଭିଯୋଗ କରିଛନ୍ତି । ଶିବ ମନ୍ଦିର ନିକଟରେ ଗାଁ ଲୋକଙ୍କ ନିଜସ୍ୱ ସହାୟତାରେ ଏକ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ  ଅଧାପନ୍ତରିଆ ହୋଇ ପଡ଼ିରହିଥିଲା ।  କିଛି ବିରୋଧୀ ଗୋଷ୍ଠୀ ଗ୍ରାମପଞ୍ଚାୟତ ସିଏଫସି ଫଣ୍ଡରୁ  ଦୁଇଲକ୍ଷ ପଚାଶ ହଜାର ଟଙ୍କା ଅନୁଦାନ ଆଣି ଗାଁ ମଣ୍ଡପ  ଉନ୍ନତି କରଣ ନାଁରେ ଫାଇଲ ଖାଲି ଯଜ୍ଞମଣ୍ଡପକୁ ସମ୍ପୂର୍ଣ୍ଣ  କରିବା ପାଇଁ କହିଥିଲେ । ହେଲେ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନକରି  ପଞ୍ଚାୟତରୁ ବିଲ୍‌ ଉଠାଇ ନେଇଥିବା ଜଣାପଡିବା ପରେ  ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।   

ଦୁଇଗୋଷ୍ଠୀଙ୍କ ବିବାଦ ଯୋଗୁଁ ମହାପ୍ରଭୁ ଜଗନ୍ନାଥ  ଏବେ ଭଙ୍ଗା କୁଡିଆରେ ଅବସ୍ଥାନ କରିଛନ୍ତି । ଗ୍ରାମରେ  ବିବାଦ ପାଇଁ ଚଳିତ ବର୍ଷ ଗ୍ରାମ ଦେବତୀ ପୂଜା ପାଇ ନଥିବା  ଓ ନୂଆଖାଇ ହୋଇନଥିବା ଜଣା ପଡ଼ିଛି । ପ୍ରଶାସନ ମଧ୍ୟ  ଏହାର ସମାଧାନ ପାଇଁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ  ହୋଇଛି । ତେବେ ଉନ୍ନୟନ ମୂଳକ କାର୍ଯ୍ୟରେ ହୋଇଥିବା  ଅନିୟମିତତା ଅଭିଯୋଗ ସମ୍ବନ୍ଧରେ ସ୍ଥାନୀୟ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଗୀତା ମୁର୍ମୁଙ୍କୁ ପଚାରିବାରୁ ତଦନ୍ତ  ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.