ଦେବଗଡ଼, ୨୮/୦୮ : ସ୍କୁଲରେ ଶିକ୍ଷକ ନଥିବାରୁ ତାତିଲେ ଗ୍ରାମବାସୀ। ମୁଖ୍ୟ ଫାଟକରେ ତାଲା ପକାଇଲେ ଅଭିଭାବକ। ରିଆମାଳ ବ୍ଲକ ବୁଡିଦ ପଞ୍ଚାୟତ ଘମମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ଘମମୁଣ୍ଡା ଗ୍ରାମ ସ୍କୁଲରେ ୮୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠପଢା ଚାଲୁଛି। ତେଣୁ ଅଭିଭାବକମାନେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି। ମୁଖ୍ୟ ଫାଟକରେ ତାଲା ପଡ଼ିବା ଯୋଗୁଁ ସ୍କୁଲ ବାହାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବସି ରହିଛନ୍ତି। ଖବର ଲେଖା ହେବ ବେଳକୁ ଵିଇଓ ରଞ୍ଜିତ ଭୋଇ ସ୍କୁଲ ନିକଟକୁ ଯାଇ ଲୋକଙ୍କ ସହିତ ଆଲୋଚନା କରୁଥିବା ଜଣାପଡିଛି। ତେବେ ରିଆମାଳ ବ୍ଲକରେ ବିଗତ କିଛି ଦିନରେ ବହୁ ସ୍କୁଲରେ ଶିକ୍ଷକ ନଥିବାରୁ ତାଲା ପଡିବା ଭଳି ଘଟଣା ସାମ୍ନାକୁ ଆସୁଛି। ଖୁବ୍ଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି।