ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଙ୍କଟରେ ହିମାଚଳ ସରକାର: କାନ୍ଦି କାନ୍ଦି ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ଦେଲେ ଇସ୍ତଫା, ଆଣିଲେ ଅପମାନ ଅଭିଯୋଗ

ଶିମଲା,୨୮।୨:  ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚକିତ କରିଛି। କଂଗ୍ରେସ ପାର୍ଟି ରାଜ୍ୟରେ ଦୁଇଫାଳ ହୋଇଥିବାର ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ବିରୋଧରେ ଓହ୍ଲାଇଛନ୍ତି। ବୁଧବାର ସେ କାନ୍ଦି କାନ୍ଦି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ୬ ଥର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ, ନିଜର ଓ ବିଧାୟକଙ୍କୁ ଅପମାନ ହୋଇଥିବାଅଭିଯୋଗ କରିଛନ୍ତି ଓ କହିଛନ୍ତି ଏହା ଅସନ୍ତୋଷର ଫଳାଫଳ।

ବିକ୍ରମାଦିତ୍ୟ ସିଂହ ବୁଧବାର ଗଣମାଧ୍ୟମ ନିକଟରେ ନିଜ କଥା ଖୋଲିକି କହିଛନ୍ତି ଓ ସୁଖବିନ୍ଦର ସିଂହ ସୁଖୁଙ୍କ ଉପରେ ବହୁ ଅଭିଯୋଗ ଆଣିଛନ୍ତି। ବିକ୍ରମାଦିତ୍ୟ କହିଛନ୍ତି, ବିଧାୟକଙ୍କ ଅଭିଯୋଗର ସମାଧାନ ହୋଇନି। ବିଧାୟକଙ୍କୁ ଅଣଦେଖା କାରଣରୁ ଏଭଳି ହୋଇଛି। ଇସ୍ତଫା ଘୋଷଣା କରି ବିକ୍ରମାଦିତ କହିଛନ୍ତି, ମୁଁ କେବଳ ଏହା କହିବାକୁ ଚାହେଁ ବର୍ତ୍ତମାନ ପରିସ୍ଥିତିରେ ମୋ ଏହି ସରକାରରେ ବସି ରହିବା ଠିକ୍ ନୁହେଁ, ତେଣୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ନେଇଛି। ଆଗାମୀ ସମୟରେ ନିଜ ଲୋକଙ୍କ ସହ କଥା ହୋଇ ଭବିଷ୍ୟତର ନିଷ୍ପତ୍ତି  ନିଆଯିବ।’

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଥିବା ତାଙ୍କ ବାପା ବୀରଭଦ୍ରଙ୍କ ଅପମାନର ଅଭିଯୋଗ ଆଣିଛନ୍ତି ବିକ୍ରମାଦିତ୍ୟ। ସେ କହିଛନ୍ତି, ଯେଉଁ ବ୍ୟକ୍ତି ୬ ଥ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି, ତାଙ୍କ କାରଣରୁ ଏହି ସରକାର ହୋଇଛି। ତାଙ୍କ ମୂର୍ତ୍ତି ଲଗାଇବା ପାଇଁ ଦୁଇ ଗଜ ଜମି ମାଲ ରୋଡରେ ମିଳିଲାନି। ଏହି ସମ୍ମାନ ମୋର ଦିବଗଂତ ବାପାଙ୍କ ପାଇଁ ଦେଖାଯାଇଛି। ଆମେ ଖୁବ୍ ଇମୋସନାଲ ଲୋକ, ଆମକୁ ପଦ ଦରକାର ନାହିଁ। ଏକ ସମ୍ମାନ ଯାହା ରହିବା ଦରକାର ଥିଲା ତାହା ବାରମ୍ବାର କହିବା ପରେ ମଧ୍ୟ ହୋଇପାରିଲାନି ତାହା ଖୁବ୍ ଦୁର୍ଭାଗ୍ୟଜନକ।’

  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.