ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ ଗସ୍ତରେ ଭ୍ଲାଦିମିର ପୁଟିନ୍‌, ଏହାର ସୁଯୋଗ ନେଇ ଋଷିଆ ଉପରେ ଶତାଧିକ ଡ୍ରୋନ୍ ମାଡ଼ କଲା ୟୁକ୍ରେନ୍‌

Image Courtesy: aawsat.com

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଚୀନ୍‌ ଗସ୍ତରେ ଅଛନ୍ତି । ଆଉ ଏହାରି ଭିତରେ ୟୁକ୍ରେନ୍‌ ଋଷ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଋଷ ଉପରେ ଶତାଧିକ ଡ୍ରୋନ୍‌ ମାଡ଼ କରିଛି ୟୁକ୍ରେନ୍‌ । ଏନେଇ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛି । କ୍ରିମିୟାକୁ ଟାର୍ଗେଟ କରି ୟୁକ୍ରେନ ସେନା ଡ୍ରୋନ୍‌ ମାଡ଼ କରିଛି । ଏଥିପାଇଁ ଆଖପାଖ ଅଞ୍ଚଳରେ ବିଜୁଳୀ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଗୋଟିଏ ତୈଳ ବିଶୋଧନାଗାରରେ ନିଆଁ ଲାଗିଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ସେପଟେ ଋଷର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ, ୟୁକ୍ରେନ୍‌ ୧୦୦ରୁ ଅଧିକ ଡ୍ରୋନ୍‌ ପଠାଇଥିଲା। କିନ୍ତୁ ସେଗୁଡ଼ିକୁ ଧ୍ବଂସ କରିଦିଆଯାଇଛି । ଦକ୍ଷିଣ କ୍ରିମିୟା ଏବଂ ବ୍ଳାକ୍‌ ସି’ ଉପରେ ଶତାଧିକ ଡ୍ରୋନ ଖସାଇ ଦେଇଛି ଋଷ ସେନା । 

 ମସ୍କୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କ୍ରିମିୟାରେ ୫୧ଟି ଡ୍ରୋନ୍, କ୍ରାସ୍ତୋଡାର ପ୍ରଦେଶରେ ୪୪, ବେଲଗୋରୋଡରେ ୬ ଏବଂ କୁର୍ସକରେ ଗୋଟିଏ ଡ୍ରୋନ୍ ନଷ୍ଟ କରାଯାଇଛି । କ୍ରାସ୍ତୋଡାରର ଗଭର୍ଣ୍ଣର କହିଛନ୍ତି ଯେ, ଡ୍ରୋନ୍‌ ଉପରେ ଆକ୍ରମଣ କରିବା ସମୟରେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା । ହେଲେ ନିଆଁକୁ ଆୟତ୍ତ କରାଯାଇଛି । ସେବସ୍ତୋପୋଲ ସହରରେ ବିଜୁଳୀ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଦକ୍ଷିଣ ଋଷରେ ଥିବା ଏକ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିଛି ।

 ସେପଟେ ଗୋଟିଏ ରାତିରେ ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ୍ । ଏତେ ସଂଖ୍ୟକ ଡ୍ରୋନ୍‌ ଏକାବେଳେ ୟୁକ୍ରେନ୍ ମାଡ଼ କରିନଥିଲା । ଆଉ ୟୁକ୍ରେନ୍‌ର ଆକ୍ରମଣ ଋଷକୁ ଜବାବ ଦେବାକୁ ହୋଇଛି । କାରଣ ୨ ବର୍ଷରୁ ଅଧିକ ସମୟ ଧରି ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ଥରେ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇଛି ।  ନିକଟରେ ଋଷୀୟ ସେନା ୟୁକ୍ରେନୀୟ ସହର ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି । ଏହାର ଜବାବ ଦେବାକୁ ଯାଇ ଋଷିଆ ଉପରେ ୟୁକ୍ରେନ୍‌ ୧୦୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଛି।  

  • Ukraine
  • Russia Military
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.