ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାଇବର ଠକଙ୍କ ନୂଆ ମାଧ୍ୟମ ପାଲଟିଛି ଏଆଇ ଭଏସ୍‌ କ୍ଳୋନିଂ; ନିଜ ଲୋକଙ୍କ ସ୍ବର ଶୁଣାଇ ଠକିବାର ବାଟ ବାଛିଛନ୍ତି

Image source: TV9

ନୂଆଦିଲ୍ଲୀ,୨୯/୦୫: ସ୍ମାର୍ଟଫୋନ ବ୍ୟବହାର ସହିତ ଜୀବନ ସହଜ ହୋଇଯାଇଛି ସତ କିନ୍ତୁ ଟେକ୍ନୋଲୋଜିର ଅଗ୍ରଗତି ସହିତ ଅନେକ ଅସୁବିଧା ମଧ୍ୟ ଆରମ୍ଭ ହେବାକୁ ଲାଗିଛି। ଯେଉଁମାନେ ଲୋକଙ୍କୁ ଠକିବାକୁ ଚାହନ୍ତି, ସେମାନେ  ଟେକ୍ନୋଲୋଜି ବ୍ୟବହାର କରି ନୂଆ ଉପାୟ ଖୋଜିବାକୁ ଚେଷ୍ଟା କରୁଛନ୍ତି ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭଏସ୍ କ୍ଲୋନିଂ ସ୍କାମ। ତେବେଏହି ଭଏସ୍ କ୍ଲୋନିଂ କ’ଣ, ଆପଣ ଏହାକୁ କିପରି ଜାଣି ପାରିବେ ଏବଂ ସାଇବର ଠକମାନେ ଲୋକଙ୍କୁ କିପରି ଏହା ମାଧ୍ୟମରେ ଠକୁଛନ୍ତି, ତାହାବି ଜାଣିବେ। କିଛି ସମୟ ପୂର୍ବରୁ, ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୮ ପ୍ରତିଶତ ଭାରତୀୟ ପ୍ରକୃତ ଏବଂ କ୍ଲୋନ୍ ଭଏସ୍ (ସମ୍ପୁର୍ଣ୍ଣ ନକଲ ଭଏସ) ମଧ୍ୟରେ ପାର୍ଥକ୍ୟ ଜାଣିପାରୁନାହାନ୍ତି, ଏହା ଏକ ଚିନ୍ତାର ବିଷୟ। ଉନ୍ନତ ଜ୍ଞାନକୌଶଳ ହେତୁ, କ୍ଲୋନେଡ୍ ସ୍ୱର ପ୍ରକୃତ ସ୍ୱର ପରି ଜଣାପଡ଼େ। ଫଳରେ ସାଧାରଣ ଲୋକଟିଏ ଏଥିରେ ଫସିବାର ଯଥେଷ୍ଟ ସମ୍ଭାବନା ଅଛି। 

ସ୍କାମରମାନେ ପ୍ରଥମେ ଏଆଇ ମାଧ୍ୟମରେ ଆପଣଙ୍କ ନିକଟତର ଲୋକଙ୍କ ସ୍ୱରକୁ କପି କରନ୍ତି ଏବଂ ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ପ୍ରକୃତ ସ୍ୱରର ଏକ କ୍ଲୋନ୍ ପ୍ରସ୍ତୁତ ହୁଏ। ଭଏସ୍ କ୍ଲୋନ୍ ପ୍ରସ୍ତୁତ ହେବା ପରେ ସ୍କାମରମାନେ ଆପଣଙ୍କୁ ଭୟଭୀତ କରିବା ପାଇଁ ସ୍ୱର ବ୍ୟବହାର କରନ୍ତି। ଏହି ଭୟ ସୃଷ୍ଟି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୟଭୀତ ବ୍ୟକ୍ତି ଚିନ୍ତା ନକରି ଯେକୌଣସି ପଦକ୍ଷେପ ନେଇଯାଆନ୍ତି, ଯେପରିକି ଆପଣ କୌଣସି ନିଜ ଲୋକଙ୍କ ଭଏସ୍ ଶୁଣି ଟଙ୍କା ଦେଇଦେବେ ବା ବ୍ୟାଙ୍କ ସମ୍ପର୍କିତ ସୂଚନା ଦେଇଦେବେ। ତେବେ ଏପରି ଠକାମୀରୁ ସତର୍କ ରହିବାକୁ କହିଛି ସାଇବର ସେଲ୍। 

ସାଇବର ସ୍କାମର ବା ଠକ ପ୍ରଥମେ ଆପଣଙ୍କୁ କଲ୍‌ କରନ୍ତି ଏବଂ ପରେ ନିଜ ଲୋକଙ୍କ ସ୍ବର ଶୁଣାଇଥାଆନ୍ତି, ସେ ଆପଣଙ୍କ ବାପା, ମାଆ, ଭାଇ ଭଉଣୀଙ୍କ ସ୍ବର ବି ହୋଇପାରେ। ଏହି ସ୍ବର ଶୁଣିବା ପରେ ଯେକେହିବି ଡରିଯିବ, ଏହା ପରେ ଆପଣଙ୍କ ନିଜ ଲୋକଙ୍କୁ ଛାଡ଼ିଦେବା ପାଇଁ ମୋଟା ଅଙ୍କର ଅର୍ଥ ମାଗି ପାରନ୍ତି। ତେବେ ନିଜ ଲୋକଙ୍କ ସ୍ବର ଶୁଣିବା ପରେ ଯେକେହିବି ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଯିବ। ଏହିପରି ଭାବେ ସାଇବର ଠକାମାନେ ଏଆଇ ଭଏସ୍‌ କ୍ଳୋନିଂ ମାଧ୍ୟମରେ ଲୋକଙ୍କୁ ଠକୁଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.