ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଜମିବ କଟକ ଦଶହରା, ଖାନ୍‌ନଗରରେ ଝଲସିବ ବୃନ୍ଦାବନର ବୈଷ୍ଣୋଦେବୀ ତୋରଣ

କଟକ,୨୭/୦୮: ଆସନ୍ତା ଦଶହରା ପାଇଁ ଖାନ୍‌ନଗର ଖପୁରିଆ  ଶିଳ୍ପାଞ୍ଚଳ ପୂଜା କମିଟି ତାର ପ୍ରସ୍ତୁତିକୁ ଜୋର୍‌ଦାର୍‌ କରିଛି । ଏଥର ପୂଜାରେ ହେବାକୁ ଥିବା ସୁଉଚ୍ଚ ତୋରଣର ଡିଜାଇନ୍‌କୁ କମିଟି ପକ୍ଷରୁ ଚୂଡ଼ାନ୍ତ  କରାଯାଇଛି । ଏଥର ମା’ ଦୁର୍ଗାଙ୍କ  ଘର ସମ୍ମୁଖରେ ବୃନ୍ଦାବନରେ ଥିବା  ମା’ବୈଷ୍ଣୋଦେବୀଙ୍କ ମନ୍ଦିର ସଦୃଶ୍ୟ  ତୋରଣ କରାଯିବାକୁ ନିଷ୍ପତ୍ତି ହୋଇଛି ।  ପ୍ରାୟ ୬୦ ଫୁଟ୍‌ ଉଚ୍ଚର ଏକ ପାହାଡ଼  ନିର୍ମାଣ କରାଯିବ । ସେଥିରେ ମା’ଙ୍କ  ମୂର୍ତ୍ତି ସହିତ ମା’ ଲକ୍ଷ୍ମୀ, ସରସ୍ୱତୀ ଓ  ହନୁମାନଙ୍କ ମୂର୍ତ୍ତି ରହିବ । 

ସେହିପରି  ବୃକ୍ଷଲତା ଓ ଜୀବଜନ୍ତୁ ନିରାପତ୍ତା ନେଇ  ସଚେତନତା ବାର୍ତ୍ତା ମଧ୍ୟରେ ଏଥିରେ  ଦେଖିବାକୁ ମିଳିବ । ସେହିପରି ଦଶ  ମହାବିଦ୍ୟା ଓ ମା’ ବୈଷ୍ଣୋଦେବୀଙ୍କ  ପୀଠର ଦର୍ଶନ ମଧ୍ୟ ଏଠାରେ ଶ୍ରଦ୍ଧାଳୁ  କରିପାରିବେ । ଏହି ତୋରଣ ନିର୍ମାଣ କାମ  କଟକ ଜଗତପୁର ନିକଟ ପଦ୍ମପୁରର ଜୟ  ହନୁମାନ ଡେକୋରେଟର ରାଜକିଶୋର  ସାହୁ ନିର୍ମାଣ କରିବେ । ନିର୍ମାଣ କାମ  ଆସନ୍ତା ବୁଧବାରଠାରୁ ଶୁଭ ଦିଆଯାଇ କରାଯିବ । ପ୍ରାୟ ୩୫ ବର୍ଷ ପୂର୍ବେ  ରାଜକିଶୋରଙ୍କ ବାପା ଖାନ୍‌ନଗର  କମିଟି ପାଇଁ ପୁରୀ ଶ୍ରୀମନ୍ଦୀର ସଦୃଶ୍ୟ  ତୋରଣ ନିର୍ମାଣ କରିଥିଲେ ବୋଲି  କମିଟିର ସାଧାରଣ ସଂପାଦକ ପ୍ରଫୁଲ୍ଲ  କୁମାର ସାହୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.