ନୂଆଦିଲ୍ଲୀ: ତାମିଲ ସିନେମାର ଜଣେ ଅନ୍ୟତମ ପ୍ରମୁଖ ଅଭିନେତା ହେଉଛନ୍ତି ରଜନୀକାନ୍ତ । ଚେନ୍ନାଇର ପୋସ୍ ଗାର୍ଡେନରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ଅଛି । ବାତ୍ୟା ମିଚୁଙ୍ଗ୍ ପାଇଁ ପୋସ୍ ଗାର୍ଡେନ୍ ମଧ୍ୟ ଅଧିକ ପ୍ରଭାବିତ ହୋଇଥିଲା ଏବଂ ଏହାର ପ୍ରଭାବରେ ଅଧିକାଂଶ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ଯାଇଥିଲା । ତେବେ ରଜନୀକାନ୍ତଙ୍କର ଜଣେ ବଡ ପ୍ରଶଂସକ ଅଭିନେତାଙ୍କ ଘରର ସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ ଏବଂ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସେୟାର କରିଛନ୍ତି ।
Poes Garden near @rajinikanth house @Savukkumedia @SavukkuOfficial #ChennaiFloods2023 #ChennaiRains2023 #chennaicyclone #சென்னையை_மீட்ட_திமுக pic.twitter.com/tHiYTrFsW2
— Abdul Muthaleef (@MuthaleefAbdul) December 6, 2023
ପୋସ୍ ଗାର୍ଡେନ୍ ରେ ଥିବା ରଜନୀକାନ୍ତଙ୍କ ଏହି ଘର ପାଣି ଦ୍ୱାରା ଘେରି ରହିଥିଲା, କିନ୍ତୁ ସୁପରଷ୍ଟାରଙ୍କ ଘର ପରିସରରେ ପାଣି ବହୁତ କମ୍ ଥିବାରୁ ଚିନ୍ତା କରିବାର କିଛି ନାହିଁ ବୋଲି ସେ କହିଛନ୍ତି । ସୌଭାଗ୍ୟବଶତଃ ରଜନୀକାନ୍ତ ଏବେ ଚେନ୍ନାଇରେ ନାହାଁନ୍ତି କାରଣ ସେ ତିରୁନେଲଭେଲିରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି ଏବଂ ତାଙ୍କ ପରିବାର ଚେନ୍ନାଇର ଅନ୍ୟ ଘରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି ।
ରଜନୀକାନ୍ତ ଏବେ 'ଥାଲାଇଭର୍ 170' ପାଇଁ ନିର୍ଦ୍ଦେଶକ ଟି.ଜେ ଗାନାଭେଲଙ୍କ ସହ କାମ କରୁଛନ୍ତି । ଫିଲ୍ମରେ ଏହି ସୁପରଷ୍ଟାର ଅଭିନେତାଙ୍କୁ ଆକ୍ସନ୍ ଥ୍ରୀଲରରେ ଜଣେ ପୋଲିସ ଭୂମିକାରେ ଦେଖିବାକୁ ମିଳିବ । ତେବେ ରଜନୀକାନ୍ତଙ୍କ ସହ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରାଣା ଡାଗୁବତୀ, ଫାହାଦ୍ ଫସିଲ, ମଞ୍ଜୁ ୱାରିଅର୍, ରିତିକା ସିଂ, ଦୁଶାରା ବିଜୟନ୍, ରକସନ, ଏବଂ ଜିଏମ୍ ସୁନ୍ଦର ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ ବୋଲି ଜଣାଯାଇଛି ।