କୋଲକାତା,୬/୦୬: ଅଭିନେତ୍ରୀ ରିତୁପର୍ଣ୍ଣା ସେନଗୁପ୍ତ ଇଡି ତଲବରେ ସିଜିଓ କମ୍ପେ୍ଲକ୍ସରେ ହାଜର ହୋଇନାହାଁନ୍ତି । ରାସନ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ତାଙ୍କୁ ବୁଧବାର ଇଡି କାର୍ଯ୍ୟାଳୟକୁ ଡକାଯାଇଥିଲା । କିନ୍ତୁ ସେ ଉପସ୍ଥିତ ହୋଇନାହାଁନ୍ତି ।
ସୂଚନାନୁସାରେ, ରିତୁପର୍ଣ୍ଣା ବିଦେଶରେ ଥିବାରୁ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାଁନ୍ତି । ଇଡି ଅଧିକାରୀଙ୍କୁ ଏକ ଇମେଲରେ ସେ ଏହା କହିଛନ୍ତି । ଯଦି ତାଙ୍କୁ ୬ ଜୁନ୍ ପରେ ଡକାଯାଏ, ସେ ହାଜର ହେବେ ।
ଇଡି ସୂତ୍ର ଅନୁଯାୟୀ ତାଙ୍କୁ ପୁଣି ଡକାଯାଇପାରେ । ପ୍ରଶ୍ନଗତ, ରାସନ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ, ବନଗାଁ ପୌରସଭାର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଧ୍ୟା, ରାସନ ବ୍ୟବସାୟୀ ବାକିବୁର ରହମାନ ଏବଂ ସେମାନଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ଶାସକ ଦଳର କିଛି ନେତାଙ୍କୁ ଇଡି ଗିରଫ କରିସାରିଛି । ଗତ ୫ ଜାନୁୟାରୀରେ ସନ୍ଦେଶଖାଲି ତୃଣମୂଳ ନେତା ଶାହାଜାହାନ ଶେଖଙ୍କ ଘରକୁ ଯିବା ପରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ।