ନୂଆଦିଲ୍ଲୀ,୦୮/୧୧: ନଭେମ୍ବର ୮ରେ ବିଶ୍ୱକପ୍ ୨୦୨୩ ରେ ନେଦରଲ୍ୟାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ। ଏହି ବିଶ୍ୱକପ୍ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ସେମିଫାଇନାଲ ଦୌଡ଼ରୁ ବାଦ ପଡିଥିବାବେଳେ ନେଦରଲ୍ୟାଣ୍ଡ ଦଳ ଏହି ଦୌଡ଼ରେ ଅଛି। ଅବଶ୍ୟ ଏହି ଦୌଡ଼ରେ ଉଭୟ ପଛରେ ଅଛନ୍ତି। ଏପର୍ଯ୍ୟନ୍ତ ତିନିଟି ଦଳ ସେମିଫାଇନାଲ ପାଇଁ ଟିକେଟ୍ ନିଶ୍ଚିତ କରିଛନ୍ତି। ଏଥି ମଧ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ରହିଛି।
ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଆଫଗାନିସ୍ତାନ ଏବଂ ନେଦରଲ୍ୟାଣ୍ଡ ଦୌଡ଼ରେ ରହିଛନ୍ତି। ଯଦି ନେଦରଲ୍ୟାଣ୍ଡ ଚୁଡ଼ାନ୍ତ ୪ର୍ଥ ଟିକେଟ୍ ପାଇବାକୁ ଚାହୁଁଛି, ତେବେ ବର୍ତ୍ତମାନ ଏହାର ଅବଶିଷ୍ଟ ଦୁଇଟି ମ୍ୟାଚ୍ (ଇଂଲଣ୍ଡ ଏବଂ ଭାରତ) କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡିବ। ଏଥି ସହିତ ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ସେମାନଙ୍କର ଶେଷ ମ୍ୟାଚ୍ ଯଦି ହାରିବେ ତେବେ ଦଳ ପାଇଁ କିଞ୍ଚିତ ସୁଯୋଗ କରିଛି।
ପଢ଼ନ୍ତୁ: ମାକ୍ସଓ୍ବେଲଙ୍କ ଅପରାଜିତ ଦ୍ବିଶତକ, ଆଫଗାନିସ୍ତାନ ହାତରୁ ମ୍ୟାଚ୍ ଛଡ଼ାଇ ନେଲା ଅଷ୍ଟ୍ରେଲିଆ
ନେଦରଲ୍ୟାଣ୍ଡ ଆଜି ମଇଦାନକୁ ଓହ୍ଲାଇବା ସହିିତ ଦିନିକିଆ କ୍ରିକେଟ୍ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୬ ଟି ମ୍ୟାଚ୍ ହୋଇଛି ଏବଂ ଇଂଲିଶ ଦଳ ସବୁଥିରେ ଜିତିଛି। ଏହି ସମସ୍ତ ମ୍ୟାଚ୍ ଏକପାଖିଆ ହୋଇଛି। ଏଥିମଧ୍ୟରୁ ଏହି ଦୁଇ ଦଳ କେବଳ ବିଶ୍ୱକପ ମ୍ୟାଚରେ ୩ ଥର ମୁହାଁମୁହିଁ ହୋଇଛନ୍ତି। ତେବେ ଗତ ତିନିଟି ମ୍ୟାଚ୍ ଗତ ବର୍ଷ ଅନୁଷ୍ଠିତ ଦିନିକିଆ ସିରିଜରେ ଖେଳାଯାଇଥିଲା। ଏଥିମଧ୍ୟରେ ଇଂଲଣ୍ଡ ଗୋଟିଏ ଦିନିକିଆ ମ୍ୟାଚରେ ନେଦରଲ୍ୟାଣ୍ଡ ବିପକ୍ଷରେ ୪୯୮ ରନ୍ ସଂଗ୍ରହ କରିଥିଲା।
ଏଥର ନେଦରଲ୍ୟାଣ୍ଡ ଇଂଲଣ୍ଡ ବିପକ୍ଷରେ ଜିତିବାର ଏକ ସୁବର୍ଣ୍ଣ ସୁଯୋଗ ପାଇଛି। ଏହାର କାରଣ ହେଉଛି, ଇଂଲଣ୍ଡ ଦଳ ପୂର୍ବ ମ୍ୟାଚ୍ ହରାଇବା ପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ହରାଇଛି। ତାଙ୍କର ଖେଳାଳିମାନେ ନିରାଶ ହୋଇଛନ୍ତି। ଏଥି ସହିତ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶକୁ ପରାସ୍ତ କରିବା ପରେ ନେଦରଲ୍ୟାଣ୍ଡ ଦଳର ମନୋବଳ ବଢ଼ିଥିବା ମନେହୁଏ।
You can also read: ଇକୋନମୀ କ୍ଲାସରେ ଯାତ୍ରା କରୁଥିବା ଦେଖା ହେଲେ ବିରାଟ, ଭାଇରାଲ ହେଉଛି ବିମାନର ଭିଡ଼ିଓ