ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଆମରଣ ଅନଶନ

ରାଜସୁନାଖଳା,୧୯/୩ : ରାଜସୁନାଖଳାକୁ ଏନଏସି ମାନ୍ୟତା ଦାବିରେ ଆମରଣ ଅନଶନ ଜାରି l ସ୍ଥାନୀୟ ଯୁବ ସମାଜସେବୀ ତଥା ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ ମଙ୍ଗଳବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି l ସ୍ଥାନୀୟ ସିଟି ସ୍କୁଲ ପଡ଼ିଆଠାରେ ମଞ୍ଚ ପ୍ରସ୍ତୁତ କରି ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି ଆର୍ତତ୍ରାଣ l ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଏହି ଅନଶନ ଜାରି ରହିଛି  l ତେବେ ଏହି ଅନଶନକୁ ସ୍ଥାନୀୟ ବୁଦ୍ଧି ଜୀବୀ, ସ୍ବେଛାସେବୀ, ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସମର୍ଥନ ଜଣାଇଛନ୍ତି l 

ସମ୍ପ୍ରତି ନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବାବେଳେ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାର ସମ୍ଭାବନା ନ ଥିବାରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପ୍ରଦାନ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସୂଚନା ଦେଇଛି ପରିଷଦ l ସରକାର ରାଜ୍ୟର ଅନେକ ସ୍ଥାନକୁ ନିର୍ବାଚନ ପୂର୍ବରୁ ଏନଏସି ମାନ୍ୟତା ପ୍ରଦାନ କରିଥିବାବେଳେ ରାଜ ସୁନାଖଳା ସମ୍ପୁର୍ଣ୍ଣ ଯୋଗ୍ୟ ହୋଇ ମଧ୍ୟ ଏହି ମାନ୍ୟତରୁ ବଞ୍ଚିତ ରହିଛି l 

ତେଵେ ସ୍ଥାନୀୟ ଜନସାଧାରଣ ଏ ନେଇ ଦାବି ଜୋର କରିଛନ୍ତି l ଅନଶନ ଭଙ୍ଗ କରିବାକୁ ପ୍ରଶାସନିକ ଚାପ ପଡ଼ିଲେ ସ୍ଥାନୀୟ ଜନସାଧାରଣଙ୍କ ସହ ପରିଷଦ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ସୂଚନା ମିଳିଛି l ଏହି ଅନଶନକୁ ବିଭିନ୍ନ ଦଳର ରାଜନେତା ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି  l ପୂର୍ବରୁ ଶ୍ରୀପ୍ରଧାନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଜିଲ୍ଲାପାଳ, ଏସପି, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ନଗର ଉନ୍ନୟନ ସଚିବଙ୍କୁ ଅନଶନ ପାଇଁ ସ୍ମାରକପତ୍ର ପଠାଇଥିଲେ l ତେବେ ଖୁବଶୀଘ୍ର ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ନିବେଦନ କରିଛନ୍ତି l

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.