ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏହି ସବୁ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ ବିଭାଗର ସତର୍କ ସୂଚନା

ନୂଆଦିଲ୍ଲୀ : ୟୁପି , ଦିଲ୍ଲୀ ସମେତ ଉତ୍ତର ଭାରତର ସମତଳ ଅଞ୍ଚଳରେ ଗତ କିଛି ଦିନରୁ ଖୁବ୍ ଖରା ଅନୁଭୂତ ହେଉଛି। ଆଗାମୀ ଦିନରେ ଗରମ ଆହୁରି ବଢିବାର ସଙ୍କେତ ରହିଛି। ହେଲେ ଉତ୍ତର ଭାରତର ପଡ଼ୋଶୀ ରାଜ୍ୟରେ ଦୁଇଟି ନୂଆ ପଶ୍ଚିମା ଝଡ଼ ପାଦ ଥାପିବାକୁ ଯାଉଛି, ଯେଉଁଥି ପାଇଁ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷାର ଆଲର୍ଟ ଜାରି କରାଯାଇଛି। ଏପଟେ , ଅନେକ ରାଜ୍ୟ ଏମିତି ଅଛି , ଯେଉଁଠି ଏବେ ବି ବର୍ଷା ହେଉଛି। ପାଣିପାଗ ବିଭାଗ କହିଛି କି ପୂର୍ବୀୟ ଓ ମଧ୍ୟ ଭାରତରେ ଆଜି ଓ କାଲି (୧୯ ଓ ୨୦ ମାର୍ଚ୍ଚ) ଝଡ଼ ତୋଫାନ, ବଜ୍ରପାତ, କୁଆ ପଥର ବୃଷ୍ଟି ଆଦିର ଚେତାବନୀ ଜାରି କରାଯାଇଛି। ଏହା ବ୍ୟତୀତ, ପୂର୍ବୋତ୍ତର ଭାରତ ଓ ସବ୍‌ ହିମାଳୟୀ ପଶ୍ଚିମ ବଙ୍ଗ , ସିକ୍କିମ୍‌ରେ ୨୦ରୁ ୨୩ ମାର୍ଚ୍ଚ ମଧ୍ୟରେ ଖୁବ୍‌ ବର୍ଷା ହେବାକୁ ଯାଉଛି। 

ଗତ ୨୪ ଘଣ୍ଟାର ପାଣିପାଗ କଥା କହିବା ତ ଅରୁଣାଚଳ ପ୍ରଦେଶ , ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଅନେକ ସ୍ଥାନରେ ବରଫପାତର ରେକର୍ଡ ମଧ୍ୟ କରାଯାଇଛି। ସେପଟେ ଛତିଶଗଡ଼ରେ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହା ବ୍ୟତୀତ , ପୂର୍ବୀୟ ମଧ୍ୟ ପ୍ରଦେଶ , ଗଙ୍ଗୀୟ ପଶ୍ଚିମ ବଙ୍ଗ , ଝାଡ଼ଖଣ୍ଡ , ଓଡ଼ିଶା , ପଶ୍ଚିମୀ ମଧ୍ୟ ପ୍ରଦେଶ , ସବ୍‌ ହିମାଳୟୀ ପଶ୍ଚିମବଙ୍ଗ , ସିକ୍କିମ୍‌ , ବିଦର୍ଭ , ତଟୀୟ ଆନ୍ଧ୍ର ପ୍ରଦେଶ, ୟମନ , କେରଳ , ମାହେ , ଉତ୍ତରୀ ଇଣ୍ଟିରିୟର କର୍ଣ୍ଣାଟକ ଓ ତେଲେଙ୍ଗାନାରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି । 

 ପାଣିପାଗ ବିଭାଗର ପୂର୍ବାନୁମାନ କି ଗାଙ୍ଗେୟ ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ , ଓଡ଼ିଆରେ ୧୯-୨୦ ମାର୍ଚ୍ଚରେ ପ୍ରବଳ ଝଡ଼ ବର୍ଷା ହୋଇପାରେ।  ଏହି ସମୟରେ ୫୦-୬୦ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଦ୍ରୁତ ବାୟୁ ପ୍ରବାହ ଓ କୁଆ ପଥର ମଧ୍ୟ ପଡ଼ିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.