ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶନିବାର ଭୀଷଣ ବାତ୍ୟା ‘ରେମାଲ୍‌’, ମଝି ରାତିରେ ଲ୍ୟାଣ୍ଡଫଲ୍‌: ଦୁଇ ଦିନ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୬/୦୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ରେମାଲ୍‌’ । ଉତ୍ତର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଶନିବାର ସନ୍ଧ୍ୟାରେ ବାତ୍ୟା ରୂପ ନେଇଛି । ଏହା ଉତ୍ତର ଦିଗରେ ଅଗ୍ରସର ହୋଇ ରବିବାର ସକାଳୁ ଭୀଷଣ ବାତ୍ୟା ରୂପ ନେବ । ରବିବାର ମଧ୍ୟରାତ୍ରିରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ସାଗର ଦ୍ୱୀପ ଓ ଖେପୁପରା ମଝିରେ ଏହା ଲ୍ୟାଣ୍ଡଫଲ୍‌ କରିବ ବୋଲି ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ବାତ୍ୟା ରେମାଲ୍‌ ଲ୍ୟାଣ୍ଡଫଲ୍‌ କରିବା ସମୟରେ ୧୧୦ରୁ ୧୨୦ କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା ୧୩୫ କିମି ଯାଏ ଅନୁଭୂତ ହେବ । ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗାଙ୍ଗେୟ ପଶ୍ଚିମବଙ୍ଗର ପୂର୍ବ ଭାଗରେ ଓ ବାଂଲାଦେଶକୁ ଲାଗିଥିବା ଅଞ୍ଚଳରେ ୨୬ ଓ ୨୭ ତାରିଖ ଦୁଇ ଦିନ ଅତି ପ୍ରବଳ ବର୍ଷା ହେବ । ୨୮ ତାରିଖରେ ବି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୬, ୨୭ ତାରିଖ ଉତ୍ତର ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୭ରେ ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ଆକଳନ ଅନୁଯାୟୀ ଶନିବାର ସନ୍ଧ୍ୟାରେ ବାତ୍ୟା ‘ରେମାଲ୍‌’ ବାଲେଶ୍ୱର ଠାରୁ ୪୦୦ କିମି ଦୂର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଏହା ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ବାଂଲାଦେଶ  ଉପକୂଳ ଦେଇ ହଳଦିଆ କିମ୍ବା ସୁନ୍ଦରବନ ନିକଟରେ ପଶ୍ଚିମବଙ୍ଗ ଅତିକ୍ରମ କରିବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୨୦ କିମି ରହିବ । ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ଏବଂ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଘଣ୍ଟାପ୍ରତି ୨୦/୩୦ କିମି ବେଗରେ ପବନ ବହିପାରେ । ବାତ୍ୟା ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କଟକ ଓ ଢେଙ୍କାନାଳରେ ଅପରାହ୍ଣରେ ବର୍ଷା ହୋଇଛି ।

  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.