ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲ୍ୟାଣ୍ଡଫଲ କଲା ବାତ୍ୟା ‘ରେମାଲ’: ଓଡ଼ିଶାର ୪ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା, ଜୁନ୍‌ ୧ରେ ପୁଣି ଏକ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର,୨୭/୦୫: ରବିବାର ବଙ୍ଗୋପସାଗରରେ ଆସିଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ରେମାଲ’  ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟବର୍ତ୍ତୀ ଉପକୂଳରେ ଲ୍ୟାଣ୍ଡଫଲ  କରିଛି । ରାତି ୮ଟା ୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା  ଆରମ୍ଭ ହୋଇଥିଲା । ପ୍ରାୟ ୪ ଘଣ୍ଟା ଧରି ଅର୍ଥାତ ରାତି  ୧୨ଟା ୩୦ ପର୍ଯ୍ୟନ୍ତ ଉପକୂଳରେ ଏହା ତାଣ୍ଡବ ସୃଷ୍ଟି  କରିଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ କି.ମି. ଥିଲା । ପରବର୍ତ୍ତୀ ସମୟରେ  ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ ଓ ସ୍ଥଳ  ବିଶେଷରେ ୧୩୫ ରହିଥିଲା ।ଫଳରେ ଉପକୂଳରେ  ବ୍ୟାପକ କ୍ଷୟକ୍ଷତି ଘଟିଛି ।

ସୋମବାର ୪ ଜିଲ୍ଲାରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, କେନ୍ଦୁଝର,  ମୟୂରଭଞ୍ଜ ଓ ଭଦ୍ରକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।ବାତ୍ୟା ପ୍ରଭାବରେ ଉତ୍ତର  ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ୫୧.୯, ପାରାଦୀପରେ  ୪୬, ଜଗତସିଂହପୁରରେ ୩୦.୩ ଓ  ବାଲେଶ୍ୱରରେ ୨୫.୨ମିମି ବର୍ଷା ହୋଇଛି ।  

ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ସୋମବାର ବାତ୍ୟାର ବିଶେଷ  ପ୍ରଭାବ ରହିବନି । ଖୋର୍ଦ୍ଧାରୁ ବାଲେଶ୍ୱର  ଯାଏ ପାଗ ମେଘୁଆ ରହିବ । ତାତି କମିବ । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ  କୋହଲା ପାଗ ରହିବ । ସୋମବାର ମଧ୍ୟାହ୍ନ ସୁଦ୍ଧା ବର୍ଷା ହେବ । ଉପକୂଳରେ  ହାଲୁକା ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଭଦ୍ରକ  ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଜୁନ୍‌ ୧ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବ ବୋଲି ଡ. ପଶୁପାଳକ  କହିଛନ୍ତି । ସେହିଭଳି ୨୮ରୁ ତାତି ବଢ଼ିବ । ୨୮  ଓ ୨୯ ଦୁଇ ଦିନ ଭୁବନେଶ୍ୱରରେ ତାତି ୪୧ରୁ  ୪୨ ଡିଗ୍ରୀ ରହିବ । ୨୯ ସୁଦ୍ଧା ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାତି  ୪୪ ଡିଗ୍ରୀ ରହିବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ବାତ୍ୟା ରାତି ସାଢ଼େ  ୯ଟାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ  ସ୍ଥଳଭାଗ ଅତିକ୍ରମ କରିଛି । ଓଡ଼ିଶା ଉପରେ ଆଉ କୌଣସି ପ୍ରଭାବ ରହିବନି । ସୋମବାର ପାଗ  ଶୁଖିଲା ରହିବ । ରାଜ୍ୟକୁ ଅଧିକ ଜଳୀୟବାଷ୍ପ  ଆସୁଥିବାରୁ ଉପକୂଳ ଓଡ଼ିଶାରେ କାଳବୈଶାଖୀ  ବର୍ଷା ସମ୍ଭାବନା ଅଛି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ତାତି ୪୦ ଡିଗ୍ରୀ ତଳେ  ଥିଲା । ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀରୁ  ତଳକୁ ଖସିଯାଇଥିଲା । କୋରାପୁଟରେ ସର୍ବନିମ୍ନ  ୨୬.୮ ଡିଗ୍ରୀ ରହିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.