ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ରାଜ୍ୟରେ ବଢ଼ିବ ତାତି, ତିନି ଦିନରେ ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା: ହୋଲିରେ ପାରଦ ୪୦ ଡେଇଁପାରେ

Published By : Prameya | March 22, 2024 7:13 AM

ଭୁବନେଶ୍ୱର,୨୨/୦୩: ବଢ଼ିବ ତାତି । ଦିନ ତାପମାତ୍ରା ଆସନ୍ତା ୩ ଦିନ ଭିତରେ ୮ରୁ ୧୦ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ ଅଧିକାଂଶ ସ୍ଥାନରେ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ । ଏଭଳି ହେଲେ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁପାରେ ।  ଅର୍ଥାତ୍‌ ତାତି ଆସୁଛି କଲବଲ କରିବାକୁ ହୋଲି ସମୟରେ ।  

ଦୁଇଦିନ ବର୍ଷା ଓ କୋହଲା ପାଗ ଯୋଗୁ ରାଜ୍ୟରେ ଗରମ ପୂରା ଗାଏବ ହୋଇଯାଇଥିଲା । ପାରଦ ୧୫-୧୬ ଡିଗ୍ରୀ ଖସିଯାଇଥିଲା । ଭୁବନେଶ୍ୱର,  କଟକରେ ବି ତାପମାତ୍ରା ୨୦ ଡିଗ୍ରୀ ତଳେ ପହଞ୍ଚି ଯାଇଥିଲା । ମାର୍ଚ୍ଚରେ ଓଡ଼ିଶା  କାଲୁଆ ପାଗରେ ଥରି ସର୍ବକାଳୀନ ରେକର୍ଡ କରିଥିଲା । 

ଗୁରୁବାରଠାରୁ ପାଗ  ବଦଳିଛି । ଖରା ବାହାରିଛି । ବର୍ଷା ଆଉ ନାହିଁ । ତଥାପି ୧୪ଟି ସ୍ଥାନରେ ଦିନ  ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ତଳେ ଥିଲା ଗୁରୁବାର । ସର୍ବୋଚ୍ଚ ଦିନ ତାପମାତ୍ରା ଟିଟିଲାଗଡ଼ରେ ରେକର୍ଡ ହୋଇଛି । ଏଠାରେ  ପାରଦ ୩୪ ଡିଗ୍ରୀ ଥିଲା ଗୁରୁବାର । ଭୁବନେଶ୍ୱର ତାପମାତ୍ରା ୩୦.୮ ଡିଗ୍ରୀ  ଥିବାବେଳେ କଟକ ୩୦ ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର, ଅନୁଗୁଳ, ପୁରୀ,  ପାରାଦୀପ, ହୀରାକୁଦ, ତାଳଚେର, ଦାରିଙ୍ଗିବାଡ଼ି, ଭଦ୍ରକ, ଯାଜପୁର,  ଢେଙ୍କାନାଳ, ବରଗଡ଼, ଦେବଗଡ଼, ରାଉରକେଲା ଆଦି ସ୍ଥାନରେ ଦିନ ତାପମାତ୍ରା  ୩୦ ଡିଗ୍ରୀରୁ କମ୍‌ ରହିଥିଲା । 

ପାଣିପାଗ ବିଭାଗ କହିଛି, ଶୁକ୍ରବାର, ଶନିବାର ଓ ରବିବାର ରାଜ୍ୟ  ସାରା ପାଗ ଶୁଖିଲା ରହିବ । ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ୮ରୁ ୧୦  ଡିଗ୍ରୀ ବଢ଼ିପାରେ ବର୍ତ୍ତମାନ ତୁଳନାରେ । ଏହାପରେ ତାପମାତ୍ରାରେ ବିଶେଷ  ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ୨୫ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ  ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.