ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆସନ୍ତା ୬ ଯାଏ କଲବଲ କରିବ ଗ୍ରୀଷ୍ମପ୍ରବାହ: ୭ରୁ ବର୍ଷା, ମିଳିପାରେ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର,୦୪/୦୪: ରାଜ୍ୟରେ ଆସନ୍ତା ୬ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ । ଅସହ୍ୟ ଖରା,ପ୍ରଚଣ୍ଡ ତାତି ଓ  ଭୀଷଣ ଗୁଳଗୁଳି କଲବଲ କରିବ। ଆସନ୍ତା ଦୁଇ ଦିନରେ ତାପମାତ୍ରା ଆହୁରି ୩ ଡିଗ୍ରୀ  ବଢ଼ିଯିବ । ୭ ତାରିଖରୁ ତାତିରୁ ସାମାନ୍ୟ  ଆଶ୍ୱସ୍ତି ମିଳିପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୪ରେ ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଯାଜପୁର ଓ ଭଦ୍ରକରେ ଗ୍ରୀଷ୍ମପ୍ରବାହ ନାକେଦମ୍‌ କରିବ । ବଲାଙ୍ଗୀର, କଳାହାଣ୍ଡି,  ବୌଦ୍ଧ, ମାଲକାନଗିରି, କେନ୍ଦୁଝର, କନ୍ଧମାଳ  ଓ ନୟାଗଡ଼ରେ ଉଷ୍ମ ରାତି ସ୍ଥିତି ରହିବ । ଅସମ୍ଭାଳ ଗୁଳଗୁଳି ହେବ । ୫ ଓ ୬  ତାରିଖରେ ନୟାଗଡ଼, ବୌଦ୍ଧ, କନ୍ଧମାଳ,  କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ  ଅନୁଗୁଳ ଜିଲ୍ଲାରେ ବି ହିଟ୍‌ୱେଭ ସ୍ଥିତି ରହିବ । 

୭ରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ  ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ  କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।  ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ,  ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼,  ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା ଓ  ସମ୍ବଲପୁରରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ । ୮ରେ ଉପକୂଳ ଓଡ଼ିଶା  ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,  ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ  କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହୋଇପାରେ । ୯ରେ ଉତ୍ତର ଉପକୂଳ ଓଡ଼ିଶା  ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ,  ଖୋର୍ଦ୍ଧା ଓ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । 

ବୁଧବାର  ଦିନ ୧୦ଟାରୁ ରାଜ୍ୟରେ ପ୍ରବଳ ତାତି ଅନୁଭୂତ  ହୋଇଥିଲା । ବୌଦ୍ଧରେ ଦିନ ତାପମାତ୍ରା  ସର୍ବାଧିକ ୪୧.୮ଡିଗ୍ରୀ ରେକର୍ଡ ହୋଇଥିଲା ।  ଟିଟିଲାଗଡ଼ ଓ ବଲାଙ୍ଗୀରରେ ୪୧.୫,  ଅନୁଗୁଳରେ ୪୧.୩, ଭବାନୀପାଟଣାରେ  ୪୧, ଝାରସୁଗୁଡ଼ାରେ ୪୦.୮, ନୟାଗଡ଼ରେ  ୪୦.୬, ସମ୍ବଲପୁର ଓ ତାଳଚେରରେ ୪୦.୪  ଡିଗ୍ରୀ ରେକର୍ଡ ହୋଇଛି ।

  • prameyanews
  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.