ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୬ରେ ଘୂର୍ଣ୍ଣିବଳୟ, ୭ରେ ଲଘୁଚାପ: ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୦୫/୦୮: ଆସନ୍ତା ୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ତାରିଖରେ ଏହା ଲଘୁଚାପ ରୂପ ନେବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୮ ଓ ୯ ରେ ଉତ୍ତର ଉପକୂଳରେ ବି ବର୍ଷିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି ।

ପ୍ରଫେସର ପଶୁପାଳକଙ୍କ କହିବା ଅନୁସାରେ, ଏବେ କୌଣସି ମୌସୁମୀ ଟ୍ରଫ୍‌ ନାହିଁ । ଆସନ୍ତା ୭ ଦିନ ଯାଏ ଏହା ଫେରିବାର ସମ୍ଭାବନା ବି ନାହିଁ । ୬ ତାରିଖ ସନ୍ଧ୍ୟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ରେ ଲଘୁଚାପରେ ପରିଣତ ପରେ ସେହି ସ୍ଥାନରେ କେନ୍ଦ୍ରୀଭୂତ ହେବ । ୮ ଓ ୯ ତାରିଖରେ ଏହା ପଶ୍ଚିମବଙ୍ଗ ଉପରେ ରହିବ । ୧୦ ଓ ୧୧ ତାରିଖ ବେଳକୁ ସଂଲଗ୍ନ ଝାଡ଼ଖଣ୍ଡ ଉପରେ ରହିବ ।୬ ଓ ୭ ତାରିଖରେ ସୁନ୍ଦରଗଡ଼ ଠାରୁ ସମ୍ବଲପୁର ଯାଏ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼ ଓ ଏହାର ଆଖପାଖ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି ।      

ବାଲେଶ୍ୱରରୁ ସୁନ୍ଦରଗଡ଼ ଯାଏ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୮ ଓ ୯ ତାରିଖରେ ଉତ୍ତର ଉପକୂଳର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୧୦ ଓ ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । କିନ୍ତୁ କେନ୍ଦ୍ରାପଡ଼ାରୁ ଗଞ୍ଜାମ ଯାଏ ସମସ୍ତ ଉପକୂଳ ଜିଲ୍ଲାରେ କମ୍‌ ବର୍ଷା ହେବ । ଗଜପତି, ଅଭିବକ୍ତ କୋରାପୁଟ, ନୟାଗଡ଼ ଓ ଢେଙ୍କାନାଳରେ ଆସନ୍ତା ୭ ଦିନ ଯାଏ ବର୍ଷା କମ୍‌ ରହିବ । ସୋମବାର ଭୁବନେଶ୍ୱରରେ ଦିନବେଳା ତାପମାତ୍ରା ୨ ଡିଗ୍ରୀ ବଢ଼ିବ । ୬ ଓ ୭ ତାରିଖରେ ବର୍ଷା ପାଇଁ ତାପମାତ୍ରା ପୁଣି କମିବ । ୧୦ ପରେ ତାତି ପୁଣି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ଆକଳନ କହୁଛି, ୬ ତାରିଖରେ କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଅଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୭ ତାରିଖରେ କଟକ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ବର୍ଷା ହେବ ।

ରବିବାର କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାର ଲଖନପୁରରେ ୩୭.୮ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ ହେମଗିରିରେ ୩୭.୪ ଓ ବଣାଇରେ ୨୫ମିମି ବର୍ଷା ହୋଇଛି ।


  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.