ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏ ବର୍ଷ ସାଂଘାତିକ ତାତି ନେଇ ପାଣିପାଗ ବିଭାଗର ଆଲର୍ଟ, ୧୪ ଦିନ ଯାଏ ଲମ୍ବିବ ଗ୍ରୀଷ୍ମ ଲହରି: ୪ରୁ ୬ ଯାଏ ଭୀଷଣ ଖରା

ନୂଆଦିଲ୍ଲୀ/ଭୁବନେଶ୍ୱର,୦୨/୦୪: ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ଛଟପଟ ହେବ ଓଡ଼ିଶା ଏ ବର୍ଷ । ଲମ୍ବିବ ହିଟ୍‌ ୱେଭ୍‌ ଅବଧି । ଏ ମାସଠାରୁ ଆରମ୍ଭ ହେବ ଜ୍ୱାଳା । ୮ ଦିନ ନିଆଁ ବର୍ଷା ହୋଇପାରେ ଏପ୍ରିଲରେ । ଯାହା ସ୍ୱାଭାବିକ୍‌ ଭାବେ ଦିନକରୁ ତିନି ଦିନ । ପାଣିପାଗ ବିଭାଗ ଏଭଳି ଭୟାନକ ପୂର୍ବାନୁମାନ କରିଛି । କେବଳ ଏପ୍ରିଲ ନୁହେଁ, ତିନି ମାସ ସାଂଘାତିକ ତାତି ଅନୁଭୂତ ହେବ ସାରା ରାଜ୍ୟରେ, ପୂର୍ବ ବର୍ଷ ତୁଳନାରେ ଅଧିକ । ୧୪ ଦିନ ଯାଏ ଲାଗି ରହିବ ଗ୍ରୀଷ୍ମ ଲହରୀ ସ୍ଥିତି । ଅର୍ଥାତ୍‌ ଅଧିକାଂଶ ଅଞ୍ଚଳ ୪୨ରୁ ୪୪ ଡିଗ୍ରୀ ତାତିରେ ଜଳିବ । 

ମେ ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶାରେ ଚାରି ପର୍ଯ୍ୟାୟ ନିର୍ବାଚନ । ଠିକ୍‌ ସେତିକି ବେଳେ ବିପଜ୍ଜନକ ତାତି ଅନୁଭୂତ ହେବ । ନେତା, ଜନତା ଓ କର୍ମୀ ସମସ୍ତେ ଏହି ତାତିକୁ ସାମ୍ନା କରିବେ ।

ଏପ୍ରିଲରୁ ଜୁନ୍‌ ତିନି ମାସ ଗ୍ରୀଷ୍ମର ପ୍ରଭାବକୁ ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ସୋମବାର ଏକ ବିସ୍ତୃତ ଆକଳନ ରିପୋର୍ଟ ଜାରି କରିଛି । ଏହି ରିପୋର୍ଟ ଅନୁସାରେ, ଓଡ଼ିଶା ସମେତ ଗୁଜୁରାଟ, ମଧ୍ୟ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଗ୍ରୀଷ୍ମଲହରୀ ଅବଧି ବଢ଼ିଯିବ । ଏଥର ନିଦାଘରେ ଏ ସବୁ ରାଜ୍ୟରେ ବିପଜ୍ଜନକ ତାତି ଅନୁଭୂତ ହୋଇପାରେ । ୧୯୯୩ରୁ ୨୦୧୬ ମସିହାର ଏପ୍ରିଲ ମାସରେ ମାତ୍ର ଦିନକରୁ ନେଇ ୩ଦିନ ଗ୍ରୀଷ୍ମ ଲହରୀ ବହିଥିଲା । କିନ୍ତୁ ଏଥର ୮ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ରହିବ ।

ସେହିଭଳି ଏଥର ଏପ୍ରିଲ ମାସରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାରାହାରି ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହିବ । ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମାସ ତମାମ ତାତି ୪୦ ଡିଗ୍ରୀ ଛୁଇଁବ । ଉପକୂଳ ଓଡ଼ିଶାରେ ହାରାହାରି ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ରହିବ । ପାଣିପାଗ ବିଭାଗର ରିପୋର୍ଟରେ ପଶ୍ଚିମ ଓଡ଼ିଶାର ବର୍ଷା ଅଭାବକୁ ନେଇ ଆସିଥିବା ପୂର୍ବାନୁମାନ ଚିନ୍ତା ବଢ଼ାଇଛି । ଏପ୍ରିଲ ମାସରେ ପଶ୍ଚିମ ଓଡ଼ିଶାରେ ଆଦୌ ବର୍ଷା ହୋଇନପାରେ ବା କ୍ୱଚିତ୍‌ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

ସେହିଭଳି ମେ ମାସରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାରାହାରି ଦିନ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ରହିବ ବୋଲି ଏଥିରେ କୁହାଯାଇଛି । କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ ଢେଙ୍କାନାଳରେ ହାରାହାରି ତାତି ୩୮ରୁ ୪୦ ଡିଗ୍ରୀ ରହିବ । ଉପକୂଳରେ ୩୬ରୁ ୩୮ ଡିଗ୍ରୀ ରହିପାରେ । ତେବେ ଉତ୍ତର ଓଡ଼ିଶାରେ ମେ ମାସରେ ତାତି ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ ଆସନ୍ତା ୪ରୁ ୬ ତାରିଖ ଯାଏ ଗ୍ରୀଷ୍ମଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । କିଛି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଟପିଯିିବ । ଆସନ୍ତା ୪ରୁ ୫ ଦିନ ଯାଏ ଉଷ୍ମ ରାତି ଅନୁଭୂତ ହେବ । କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ  ୪.୫ ଡିଗ୍ରୀରୁ ୬.୫ ଡିଗ୍ରୀ ଅଧିକ ରହିବ । ସେହିଭଳି ଆର୍ଦ୍ରତା ଅଧିକ ଦିନବେଳା ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ । 

ମଙ୍ଗଳବାର ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର ଓ ମାଲକାନଗିରିରେ ତାତି ୪୧ ଛୁଇଁପାରେ । ନୟାଗଡ଼, ଅନୁଗୁଳ, ସୋନପୁର, ଫୁଲବାଣୀ, ନୂଆପଡ଼ା, ବରଗଡ଼, ରାଉରକେଲା, କେନ୍ଦୁଝର, ଚାନ୍ଦବାଲି ଓ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି 

ଦେଶର କୌଣସି ସମତଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ତା’ଠାରୁ ଅଧିକ ଏବଂ ପାହାଡ଼ିଆ ଅଞ୍ଚଳରେ ଅତିକମ୍‌ରେ ୩୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେଲେ, ତାହାକୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ବିବେଚନା କରାଯାଏ । ଏହାଦ୍ୱାରା ସ୍ୱାଭାବିକ ତାପମାତ୍ରା ଠାରୁ ୭ ଡିଗ୍ରୀ ସେଲସିୟସ ବା ତା’ଠାରୁ ଅଧିକ ବଢ଼ିଲେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ବିବେଚନା କରାଯାଏ । ଗ୍ରୀଷ୍ମ ପ୍ରବାହ ଅଧିକ ଦିନ ଲାଗିରହିଲେ ଜଙ୍ଗଲରେ ନିଆଁ ବ୍ୟାପିଥାଏ । ବିଜୁଳି ଓ ଜଳ ସଙ୍କଟ ଭଳି ସ୍ଥିତି ଉପୁଜେ । ମାତ୍ରାଧିକ ତାତି ଆଶଙ୍କା ଯୋଗୁ ଅଂଶୁଘାତ ଭୟ ବଢ଼ିଛି । ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହି ହିଟୱେଭ ବିପଜ୍ଜନକ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗ୍ରୀଷ୍ମଦିନେ ଦେଶର ବିଭିନ୍ନ ଭାଗରେ ସାଧାରଣତଃ ଗ୍ରୀଷ୍ମ ପ୍ରବାହ ୪ରୁ ୮ ଦିନ ଧରି ଲାଗିରହିଥାଏ । କିନ୍ତୁ ଏଥରର ସ୍ଥିତି ଭିନ୍ନ । ଏଥର ଏହା ୧୦-୨୦ ଦିନ ପର୍ଯ୍ୟନ୍ତ ଲମ୍ବିବ । ଏପ୍ରିଲରେ ଦେଶର ଅଧିକାଂଶ ଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ । କେନ୍ଦ୍ରୀୟ ଦକ୍ଷିଣ ଭାରତରେ ଏହାର ପ୍ରଭାବ ସର୍ବାଧିକ ରହିବ ।

କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଆସନ୍ତା କିଛିଦିନରେ ଲୋକସଭା ନିର୍ବାଚନ ଥିବାରୁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି ପ୍ରସଙ୍ଗରେ ରାଜ୍ୟଗୁଡ଼ିକ ସହିତ ଦୁଇଦିନିଆ ବୈଠକ ହୋଇଛି । ଗ୍ରୀଷ୍ମପ୍ରବାହ ମୁକାବିଲା ଲାଗି ପ୍ରସ୍ତୁତି ନେଇ ଆଲୋଚନା ହେବା ସହ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି ।

  • prameyanews
  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.