ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗରେ ବିଜେପିର ନୂଆ ରଣନୀତି, ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଟକ୍କର ଦେବେ କୃଷ୍ଣନଗର ରାଜମାତା

କୋଲକାତା,୨୫।୩: ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଜୋରଦାର ଲାଗି ପଡିଛି ବିଜେପି। ଦଳ ନିଜ ପ୍ରାର୍ଥୀଙ୍କ ପଞ୍ଚମ ଲିଷ୍ଟ ଜାରି କରିଛି। ପାର୍ଟି ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନରୁ ମହୁଆ ମୋଇତ୍ରାଙ୍କୁ ଟକ୍କର ଦେବା ପାଇଁ ଅମୃତା ରୟଙ୍କୁ ଟିକେଟ ଦେଇଛନ୍ତି। ଅମୃତା ହେଉଛନ୍ତି  କୃଷ୍ଣନଗର ରାଜପରିବାର ରାଜମାତା।  ୨୦ ମାର୍ଚ୍ଚରେ ସେ ବିଜେପିରେ ସାମିଲ ହୋଇଥିଲେ। 

ଆଗାମୀ ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ଲିଷ୍ଟ ଜାରି କରିଛି। ଏଥିରେ ୧୧ ପ୍ରାର୍ଥୀଙ୍କ ନାଁ ରହିଛି। ବିଜେପି ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରୟଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି, ଯିଏକି ଟିଏମ୍‌ସିର ମହୁଆ ମୋଇତ୍ରାଙ୍କୁ ଟକ୍କର ଦେବେ। ଏହି ସିଟ୍ ପଶ୍ଚିମବଙ୍ଗର ଗୁରୁତ୍ବପୂର୍ଣ୍ଣ ସିଟ୍‌ ଭିତରୁ ଅନ୍ୟତମ।  ଦୁନିଆର ସବୁଠାରୁ ବଡ ଲୋକତନ୍ତ୍ରର ଲୋକସଭା ନିର୍ବାଚନରେ ଏଥର ମହାରାଜ କୃଷ୍ଣଚନ୍ଦ୍ରଙ୍କ ନାଁ ସିଧାସଳଖ ରାଜନୀତି ସହିତ ଜଡିତ ହୋଇଛି। ଅମୃତା ରୟ କୃଷ୍ଣନଗରର ପ୍ରତିଷ୍ଠିତ ରାଜବାଡି(ରୟାଲ ପ୍ୟାଲେସ୍)ର ରାଜମାତା। ତାଙ୍କର ସମ୍ଭାବିତ ପ୍ରାର୍ଥୀତ୍ବକୁ ନେଇ ଆଗାମୀ କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। 

ଅମୃତା ୨୦ ମାର୍ଚ୍ଚରେ ବିଜେପିରେ ଯୋଗ ଦେଇଥିଲେ। ସେ ପଶ୍ଚିମବଙ୍ଗରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ନଦିଆ ଜିଲ୍ଲାର ଇତିହାସରେ ରାଜା କୃଷ୍ଣଚନ୍ଦ୍ରଙ୍କ ଯୋଗଦାନ ସମସ୍ତେ ଖୁବ୍ ଭଲ ଭାବରେ ଜାଣନ୍ତି। କୃଷ୍ଣନଗର ରାଜପରିବାରର ଭୂମିକା ଆଜି ବି ସମସ୍ତକୁ ମନେ ଅଛି। ନିର୍ବାଚନ ବିଶେଷଜ୍ଞଙ୍କ ମତରେ ଅମୃତା ରାୟ ପ୍ରାର୍ଥୀ ହେବା କାରଣରୁ ବିଜେପି ପାଇଁ ଏହା ବଡ଼ ସୁଯୋଗ ହୋଇପାରେ। ଏହି ଆସନରୁ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ସେ ଟକ୍କର ଦେବେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.