ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

Image Courtesy: hindustantimes

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ରାଜ୍ୟପାଳ ଅସଦାଚରଣ କରିଥିବା ନେଇ ରାଜଭବନର ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି । ଚାକିରିକୁ ସ୍ଥାୟୀ କରିଦେବାର ପ୍ରତିଶ୍ରୁତି ଦେଇ ରାଜ୍ୟପାଳ ତାଙ୍କ ସହ ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମହିଳାଜଣକ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ନିର୍ବାଚନୀ ଷଡଯନ୍ତ୍ର ବୋଲି କହିଛନ୍ତି ରାଜ୍ୟପାଳ ସି.ଭି ଆନନ୍ଦ ବୋଷ । 

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାଜଭବନ ଶାନ୍ତି କକ୍ଷରେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ମହିଳା କର୍ମଚାରୀ ରାଜଭବନ ମଧ୍ୟରେ ଥିବା ପୋଲିସ୍‌ ପୋଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ସେ ରାଜ୍ୟପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ କରିବା ପରେ ଏନେଇ ପୋଷ୍ଟରେ ଥିବା ଅଧିକାରୀ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନକୁ ଫୋନ୍‌ କରିଥିଲେ । ସେଠାରୁ ବରିଷ୍ଠ ଅଧିକାରୀ ଗଭର୍ଣ୍ଣର ହାଉସରେ ପହଞ୍ଚିଥିଲେ । 

ସେଠାରୁ ତୁରନ୍ତ ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଷ୍ଟେସନ ନେଇ ପଚରାଉଚରା କରାଯିବା ପରେ ସେ ରାଜ୍ୟପାଳଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ରାଜ୍ୟପାଳ ତାଙ୍କୁ ସ୍ଥାୟୀ ଚାକିରିର ପ୍ରଲୋଭନ ଦେଖାଇ ଅଶାଳୀନ ବ୍ୟବହାର ପ୍ରଦର୍ଶନ ସହ ଟଣାଓଟରା କରିଥିବା ଅଭିଯୋଗ କରିଥିଲେ ମହିଳା । ସେପଟେ ରାଜ୍ୟପାଳ ବୋଷ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶାସକ ଦଳ ନିଜ ସ୍ୱାର୍ଥ ପାଇଁ ନିର୍ବାଚନୀ ସମୟରେ ଏପରି ଷଡଯନ୍ତ୍ର କରିଛି ।  ମୋତେ ବଦନାମ କରି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିର୍ବାଚନୀ ଫାଇଦା ହାସଲ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ମୁଁ ଏହାକୁ ଡରିନି । ସତ ସାମନାକୁ ଆସିବ । ଏପରି ଅପବାଦ ପଶ୍ଚିମବଙ୍ଗରେ ହେଉଥିବା ହିଂସା ଓ ଭ୍ରଷ୍ଟାଚାର ବିରୋଧରେ ମୋ’ ଲଢ଼େଇକୁ ରୋକି ପାରିବନି ବୋଲି ଦୃଢତାର ସହ କହିଛନ୍ତି ରାଜ୍ୟପାଳ ସି.ଭି ଆନନ୍ଦ ବୋଷ । ସେପଟେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହି ଅଭିଯୋଗର ସତ୍ୟ ନା ଷଡଯନ୍ତ୍ର ତାହାର ତଦନ୍ତ ହେବା ଆବଶ୍ୟକ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.