ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେରଳରେ ବ୍ୟାପୁଛି ଓ୍ବେଷ୍ଟ ନାଇଲ ଫିବର, ଦେଖାଯାଏ ଏହି ସବୁ ଲକ୍ଷଣ

ଥିରୁଅନନ୍ତପୁରମ୍,୧୦।୫: କୋରନାର ଭୟ ନ ଯାଉଣୁ ସାମ୍ନାକୁ ଆସିଛି ଆଉ ଏକ ଜ୍ବର। କେରଳରେ ଅନେକ ଲୋକ ଏହି ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ଜ୍ବରର ନାମ ‘ଓ୍ବେଷ୍ଟ ନାଇଲ ଫିବର’ । ବର୍ତ୍ତମାନ ସୁଦ୍ଧା ଏହି ଜ୍ବରର ୬ ଟି ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ଜଣାପଡିବା ପରେ ଆଲର୍ଟରେ ରହିଛି କେରଳ ସ୍ବାସ୍ଥ୍ୟ ବିଭାଗ । ସୂଚନାରୁ ଜଣାପଡିଛି ଯେ ଭାଇରାଲ ସଂକ୍ରମଣ ହେତୁ ଓ୍ବେଷ୍ଟ ନାଇଲ ଫିବର ବ୍ୟାପିବାରେ ଲାଗିଛି ।

ତେବେ କେରଳର ତିନୋଟି ଜିଲ୍ଲାରେ ଏହି ଜ୍ବର ବ୍ୟାପିବାରେ ଲାଗିଛି । ମାଲାପୁରମ, କୋଜିକୋଡ, ତ୍ରିଶୁର ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି । ଏହାପରେ କେରଳରେ ହାଇଆଲର୍ଟ ହେବା  ସହିତ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା । ଏଥିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଗର୍ଗ ମୌସୁମୀ ପୂର୍ବରୁ ସଫାସୁତରା ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକଳାପକୁ ଆହୁରି ଜୋରଦାର କରିବାକୁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମଶା ନିୟନ୍ତ୍ରଣ ଓ ସେମାନଙ୍କ ବଂଶବୃଦ୍ଧି ରୋକିବା ଉପରେ ଗୁରୁତ୍ବ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । 

୨୦୧୧ ମସିହାରୁ କେରଳର ବିଭିନ୍ନ ଜିଲ୍ଲାରେ ଓ୍ବେଷ୍ଟ ନାଇଲ ଜ୍ବର ରିପୋର୍ଟ ହୋଇଛି। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଜ୍ବର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରିବାକୁ ସ୍ବାସ୍ଥ୍ୟମନ୍ତୀ ନିବେଦନ କରିଛନ୍ତି । ଦୁଇବର୍ଷ ପୂର୍ବେ କେରଳର  ଜଣେ ବ୍ୟକ୍ତି ଏହି ଜ୍ବରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । କ୍ୟୁଲେକ୍ସ ମଶା ଦ୍ବାରା ବ୍ୟାପୁଥିବା ଏହି ଜ୍ବର ୨୦୧୯ ରେ କେରଳରେ ଜଣଙ୍କ ଜୀବନ ନେଇଥିଲା । ଓ୍ବେଷ୍ଟ ନାଇଲ ଭାଇରସ ସାଧାରଣତଃ ଆଫ୍ରିକା, ୟୁରୋପ, ମିଡିସ ଇଷ୍ଟ, ଉତ୍ତର ଆମେରିକା ଏବଂ ପଶ୍ଚିମ ଏସିଆରେ ଦେଖାଯାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଓ୍ବେଷ୍ଟ ନାଇଲ ଜ୍ବର ହେଲେ ଜ୍ୱର, ମୁଣ୍ଡବିନ୍ଧା, ଥକାପଣ , ଶରୀରର ଯନ୍ତ୍ରଣା ଓ ବାନ୍ତି  ଭଳି ସମସ୍ୟା ଦେଖାଯାଇଥାଏ । ଏହି ରୋଗ ପାଇଁ ବର୍ତ୍ତମାନ ସୁଦ୍ଧା ଟିକା ବାହାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.