ଭଲ ନିଦ ଆମ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତୀବ୍ର ବେଗରେ ବଦଳି ଚାଲିଥିବା ଜୀବନଶୈଳୀ ଲୋକଙ୍କ ନିଦକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ବିଶେଷକରି ମହିଳାମାନେ ଅତ୍ୟଧିକ କାମ କରିବା ସତ୍ତେ୍ୱ ଆବଶ୍ୟକ ନିଦରେ ଶୋଇ ପାରି ନଥାନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ସହଜ ଶୈଳୀ, ଯାହାକୁ ଆପଣାଇ ମହିଳାମାନେ ଶୋଇବା ସାଇକେଲ୍ରେ ସୁଧାର ଆଣିପାରିବେ । ସୁସ୍ଥ ରହିବ ପାଇଁ ଉପଯୁକ୍ତ ଖାଦ୍ୟ ସହ ନିଦର ଆବଶ୍ୟକତା କିଛି କମ୍ ନୁହେଁ । କିନ୍ତୁ ଆଜିର ବ୍ୟସ୍ତବହୁଳ ଦୁନିଆରେ ଶାନ୍ତିରେ ଶୋଇବାର ସୁଯୋଗ ସମସ୍ତଙ୍କୁ ମିଳି ନଥାଏ । ବିଶେଷକରି ମହିଳାମାନଙ୍କ କ୍ଷେତ୍ରରେ ନିଦ ଅଭାବ ବେଶି ଦେଖା ଦେଇଥାଏ, ଯାହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ନିଦର ଅଭାବ ଶାରିରୀକ ସହ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ସେଥିପାଇଁ ମହିଳାମାନେ ଅନିଦ୍ରା ଓ ଅବସାଦର ଶିକାର ହୋଇଥାନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ଶୋଇବା ସାଇକେଲ୍ରେ ପରିବର୍ତ୍ତନ ଆଣିପାରିବେ ।ଯେପରିକି,
ସକାଳ ଜଳଖିଆରେ ୩୦ ଗ୍ରାମ୍ ପ୍ରୋଟିନ୍ ସହ ସନ୍ତୁଳିତ ମାତ୍ରାର କାର୍ବୋ ଓ ଫ୍ୟାଟ୍ ନିଅନ୍ତୁ । ସକାଳେ ଉଠିବା ପରେ ହାଲ୍କା ଖରାରେ କିଛି ସମୟ ପାଇଁ ବସନ୍ତୁ । ଏପରି କରିବା ଦ୍ୱାରା ଶୋଇବା ସାଇକେଲ୍ ସହ ସର୍କିଡିଆନ୍ ରିଦମ୍ ସନ୍ତୁଳିତ ହୋଇଥାଏ । ସେହିପରି ଶାରିରୀକ ଭାବେ ସକ୍ରିୟ ରହିବା ଉଚିତ୍ । ପ୍ରତିଦିନ ୮୦୦୦ ଷ୍ଟେପ୍ ଚାଲିବାକୁ ଲକ୍ଷ୍ୟ ରଖନ୍ତୁ । ଏପରି କରିବା ଦ୍ୱାରା ଶୀଘ୍ର ଓ ଗାଢା ନିଦ ହୋଇଥାଏ । ଚିନ୍ତା ମଧ୍ୟ କମ୍ ରହିଥାଏ । ରାତିରେ ଶୋଇବା ପୂର୍ବରୁ ମୋବାଇଲ୍ ବ୍ୟବହାର କରନ୍ତୁନି । ଏଥିରେ ବାହାରୁଥିବା ନୀଳ ରଶ୍ମୀଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ନିଦକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ । ରାତିରେ ହାଲ୍କା ଖାଦ୍ୟ ଖାଆନ୍ତୁ । ଅଧିକ ଖାଇଲେ ଏହାକୁ ହଜମ୍ କରିବାକୁ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ ଅର୍ଥାତ ସର୍କିଡିଆନ୍ ସାଇକେଲ୍ ଆରମ୍ଭ ହେବା ସମୟରେ ଏହାକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ତେଣୁ ଠିକ୍ ଭାବେ ନିଦ ହୋଇଥାଏ । ହାଲ୍କା ଖାଇବା ଦ୍ୱାରା ହଜମ ଓ ନିଦ ଭଲ ହୁଏ । ଏପରିକି ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇବା ଭଲ ।