ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜ୍ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଯାଞ୍ଚକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ଏବେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତା କୁନାଲ ଘୋଷ ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘୋଷ ଅଭିଯୋଗ କରି ପଚାରିଛନ୍ତି, ମାମଲାରେ ଏବେସୁଦ୍ଧା କେବଳ ଜଣେ ଗିରଫ ହୋଇଛନ୍ତି , ଯାହାକୁ କି କୋଲକାତା ପୁଲିସ ହିଁ କରିପାରିଛି। ଏବେସୁଦ୍ଧା ସିବିଆଇର କାର୍ଯ୍ୟାନୁଷ୍ଠାନରେ ବିଳମ୍ୱ କାହିଁକି ହେଉଛି ?
ଘୋଷ ଏହି ମାମଲାରେ ଚିନ୍ତା ବ୍ୟକ୍ତି କରି କହିଛନ୍ତି , ଦୁଷ୍କର୍ମ ଓ ହତ୍ୟାର ଏହି ଗୁରୁତର ମାମଲାକୁ ଖୁବ୍ ଶୀଘ୍ର ସମାଧାନ କରିବାର ଆବଶ୍ୟକ ରହିଛି। ଏବେସୁଦ୍ଧା କେବଳ ଜଣେ ହିଁ ଗିରଫ ହୋଇଛନ୍ତି ଏବଂ ତାହା ମଧ୍ୟ କୋଲକାତା ପୁଲିସ କରିଛି। ସିବିଆଇ କଣ କରୁଛି ? ... ଯାଞ୍ଚରେ ବିଳମ୍ୱ ହେଉଛି ଏବଂ ଏଥିପାଇଁ ରାଜନୀତି ମଧ୍ୟ ହେଉଛି।
ଉକ୍ତ ମାମଲାରେ ସିବିଆଇ ଆର୍ଥିକ ଠକେଇ ସମ୍ୱନ୍ଧରେ ରବିବାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ତଲାସୀ ନେବାକୁ ପହଞ୍ଚି ଥିଲା। ସିବିଆଇ ପୂର୍ବତନ ଏମଏସଭିପି ( ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ କମ୍ ଭାଇସ ପ୍ରିନ୍ସିପାଲ) ସଞ୍ଜୟ ବଶିଷ୍ଠ ଓ ଆଉ ୧୩ଜଣଙ୍ସ ମଧ୍ୟ ତଲାସ କରିଛନ୍ତି। ସିବିଆଇର ଦୁର୍ନୀତି ନିବାରଣ ଏଜେନ୍ସି ରୋଗୀଙ୍କ ତଦାରଖ ପାଇଁ ସାମଗ୍ରୀର ସପ୍ଲାଇରେ ସଂପୃକ୍ତ ଲୋକଙ୍କ ଘରେ ଓ କାର୍ଯ୍ୟାଳୟର ମଧ୍ୟ ଯାଞ୍ଚ କରିଛନ୍ତି।
ସନ୍ଦୀପ ଘୋଷଙ୍କ ବେଲିୟାଘାଟା ସ୍ଥିତ ତାଙ୍କର ନିବାସରେ ପଚରାପଚରି କରାଯାଇଛି, ଅନ୍ୟ ଅଧିକାରୀମାନେ ବଶିଷ୍ଠ ଫୋରେନ୍ସିକ ମେଡିସିନ ପ୍ରଫେସରଙ୍କୁ ପଚରାପଚରି କରିଛନ୍ତି।