ନୂଆଦିଲ୍ଲୀ,୨୭/୦୯: ଗତକାଲି ଲଞ୍ଚ ହୋଇଥାନ୍ତା ସୁନୀତା ୱିଲିୟମ୍ସଙ୍କୁ ଉଦ୍ଧାର କରିବାକୁ ଯାଉଥିବା ସ୍ପେଶକ୍ରାଫ୍ଟ । ହେଲେ ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ସାଜିଲା ବାଧକ । ମେକ୍ସିକୋ ଗଲ୍ଫ ଉପରେ ସୃଷ୍ଟି ହୋଇଥିବା ବାତ୍ୟା 'ହେଲିନ' ଯୋଗୁଁ ଗତକାଲି ଲଞ୍ଚ ହୋଇପାରିନି ନାସା ଓ SpaceXର କ୍ରୁ-୯ ମିଶନ । ତେବେ ଶନିବାର ରାତି ୧.୧୭ ମିନିଟରେ ମିଶନ ଲଞ୍ଚ ହେବ । ଏନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ ।
କ୍ରୁ-୯ ମିଶନର ନେତୃତ୍ବ ନେଉଥିବା ନାସା ମହାକାଶଚାରୀ ନିକ୍ ହଗ୍ ଓ ଋଷୀୟ କସମୋନଟ୍ ଆଲେକଜାଣ୍ଡର ମହାକାଶକୁ ଯାତ୍ରା କରି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ରେ ୫ମାସ ପର୍ଯ୍ୟନ୍ତ ରହିବେ । ଏହି ସ୍ପେଶକ୍ରାଫ୍ଟରେ ୪ଟି ସିଟ୍ ଥିବା ବେଳେ ୨ଟି ସିଟ୍ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋରଙ୍କ ପାଇଁ ଖାଲି ରହିଛି । ମହାକାଶକୁ ୮ଦିନ ପାଇଁ ଯାଇ ଫସିଥିବା ଏହି ୨ ମହାକାଶଚାରୀ ଆସନ୍ତା ବର୍ଷ ୨୦୨୫ ଫେବୃଆରୀରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ । ସୁନୀତା ଓ ସହଯୋଗୀ ୱିଲମୋର ଜୁନରୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ସେମାନେ ମହାକାଶକୁ ଯାଇଥିବା ବୋଇଙ୍ଗ ଷ୍ଟାରଲାଇନର ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ମହାକାଶ ଫେରିପାରିନଥିଲେ । ଏବେ ସେମାନେ କ୍ରୁ-9 ମିଶନ ସହିତ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବେ । ବାତ୍ୟା ହେଲିନ ଭୀଷଣ ବାତ୍ୟାର ରୂପ ନେଇଥିବାରୁ ଏହି ମିଶନକୁ ଘୁଞ୍ଚାଯାଇଛି । ଏହି ମିଶନର ସ୍ପେଶକ୍ରାଫ୍ଟ କାପେ କାନଭେରାଲରୁ ଲଞ୍ଚ ହେବାର ଥିଲା, ମାତ୍ର ଏଠାରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବାକୁ ଥିବାରୁ ଏହି ମିଶନ ଲଞ୍ଚ ତାରିଖକୁ ଶନିବାରକୁ ଘୁଞ୍ଚାଯାଇଛି ।