ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଞ୍ଜିନିୟର ଚାକିରି ଚାଲି ଯିବାରୁ କଲେ ଏମିତି କାମ, ଉଠାଇଲେ ଲକ୍ଷ ଲକ୍ଷ ଟଙ୍କାର ଲାପଟପ୍‌ ; ହେଲେ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟରଙ୍କୁ ଗିରଫ କରିଛି ପୁଲିସ। ସେ ପାଖାପାଖି ୨୪ଟି ଲ୍ୟାପଟପ୍‌ ଚୋରେଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ୨୬ବର୍ଷିୟ ଏହି ଇଞ୍ଜିନିୟର ପାଖାପାଖି ୧୦ ଲକ୍ଷ ଟଙ୍କାର ଲ୍ୟାପଟପ୍‌ ଏକ ପିଜିରୁ ଚୋରେଇ ନେଇ ଥିଲେ। ଅଭିଯୁକ୍ତର ନାଁ ଜସ୍ସି ଅଗ୍ରୱାଲ କୁହାଯାଇଛି। ସେ ନୋଏଡାର ରହୁଛନ୍ତି , କିନ୍ତୁ ଚାକିରି ପାଇଁ ବେଙ୍ଗାଲୁରୁ ଆସି ଥିଲେ। କରୋନା ବେଳେ ତାଙ୍କର ଚାକିରି ଚାଲି ଯାଇଥିଲା। ସୂଚନା ମୁତାବିକ, ଚାକିରି ଯିବା ପରେ ସେ ଚୋରି କରିବାକୁ ଲାଗିଲେ।

ପୁଲିସର କହିବାନୁସାରେ, ଅଭିଯୁକ୍ତ ମହିଳା ପିଜିରୁ ମହଙ୍ଗା ଗ୍ୟାଜେଟ୍ସ ଚୋରି କରି ନେଇଥିଲେ ଏବଂ ପୁଣି ନୋଏଡା ଯାଇ ମାର୍କେଟ୍‌ରେ ବ୍ଲାକ୍‌ରେ ବିକ୍ରି କରୁଥିଲେ। ସୂଚନା ମୁତାବିକ, ଜସ୍ସି ଏହି ସମୟରେ କାହାର ରୁମ୍‌କୁ ଚାଲି ଯାଉ ଥିଲେ, ଯେବେ ସେଠାରେ କେହି ନଥିଲେ। ଏହି ସମୟରେ କାହାର ବି ଲ୍ୟାପଟପ୍‌ ଉଠାଇ ନେଉଥିଲେ। ଯେବେ ଗୋଟିଏ ପ୍ରକାରର ଘଟଣା ବାରମ୍ୱାର ହେବାକୁ ଲାଗଲା ଏବଂ ଲଗାତାର ଲ୍ୟାପଟପ୍‌ ଗାଏବ ହେବାକୁ ଲାଗିଲା ତ ପିଜିଙ୍କ ପକ୍ଷରୁ ପୁଲିସ ପାଖରେ ଅଭିଯୋଗ ରୁଜୁ କରାଗଲା। 

ପୁଲିସ୍ ଯାଞ୍ଚ କରିବାରୁ ଜଣାପଡ଼ିଲା କି , ଜସ୍ସି ହିଁ ଏହି କାମ କରୁ ଥିଲେ। ପୁଲିସ ଜସ୍ସିଙ୍କ ପାଖରୁ ୨୪ଟି ଲ୍ୟାପଟପ୍‌ ଉଦ୍ଧାର କରିଥିଲା। ପୁଲିସ କହିଛି କି, ଜସ୍ସି ଅନେକ ସ୍ଥାନକୁ ଯାଇ ଏମିତି ହିଁ କରୁ ଥିଲେ। ପୁଲିସ ଅନେକ ସିସିଟିଭି ଫୁଟେଜ୍‌ ମଧ୍ୟ ବାହାର କରିଛି, ଯେଉଁଥିରେ ଦେଖା ଯାଇପାରେ କି, ସେ ପିଜିରେ ଏଣ୍ଟର କରନ୍ତି ଆଉ ସାଥିରେ ଗ୍ୟାଜେଟ୍‌ ନେଇ ବାହାରି ଯାଆନ୍ତି।

ଜସ୍ସି ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ୨୬ ମାର୍ଚ୍ଚରେ ପିଜିରେ ରହୁଥିବା ଜଣେ ଯୁବତୀ ଅଭିଯୋଗ ରୁଜୁ କରାଇ ଥିଲେ। ପୁଲିସର କହିବାନୁସାରେ, ଯେଉଁ ଲ୍ୟାପଟପ୍‌ ଉଦ୍ଧାର ହୋଇଛି, ଏହାର ଦାମ୍‌ ୧୦ରୁ ୧୫ ଲକ୍ଷ ଟଙ୍କା। ଏହା ବ୍ୟତୀତ ସେ ବହୁତ ଗୁଡ଼ିଏ ଗ୍ୟାଜେଟ୍‌ସ ପୂର୍ବରୁ ହିଁ ବିକ୍ରି କରି ସାରିଛନ୍ତି। 

ସୂଚନା ଆଧାରରେ , ଜସ୍ସି ୨୦୨୦ରେ ହିଁ ଚୋରି ଆରମ୍ଭ କରି ଥିଲେ। ପୁଲିସର କହିବାନୁସାରେ , ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯିବ ଜସ୍ସି କୌଣସି ଗ୍ୟାଙ୍ଗ ସହ ଜଡ଼ିତ ନାହାଁନ୍ତି ତ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.