ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ପୋଲିସକୁ ମିଳିଲା ଫେରାର ଭୋଲେ ବାବାଙ୍କ ଠିକଣା ! ପୂରା ଆଶ୍ରମକୁ ଅଘୋଷିତ ଭାବେ କରିଛି ଘେରାବନ୍ଦୀ...

ନୂଆଦିଲ୍ଲୀ : ଜୁଲାଇ ୨ ହାଥରସ ଦଳାଚକଟା ପରେ ଫେରାର ହୋଇଯାଇଥିବା ସାକାର ହରି ଓରଫ ଭୋଲେ ବାବାଙ୍କ ଲୋକେସନ୍ ଚିହ୍ନଟ ହୋଇଛି । ଭୋଲେ ବାବା ମୈନପୁରୀ ବିଛବା ସ୍ଥିତ ଆଶ୍ରମରେ ଲୁଚି ରହିଥିବା ଆଶଙ୍କା କରାଯାଉଛି । ପୋଲିସକୁ ଏଭଳି କିଛି ସୂଚନା ମିଳିଛି, ଯେଉଁଥିରେ ଦାବି କରାଯାଉଛି ଯେ ବାବା ଏହି ଆଶ୍ରମରେ ଲୁଚି ରହିଛନ୍ତି । ଆଶ୍ରମ ଭିତରକୁ ଖାଦ୍ୟପାନୀୟ ଯୋଗାଣ ହେଉଛି । ଏହି କାରଣରୁ ପୋଲିସ୍ ଆଶ୍ରମକୁ ଚାରି ପାଖରୁ ଘେରି କରି ରହିଛି । ସିକନ୍ଦରାରାଓରେ ଦଳାଚକଟାରେ ୧୨୨ ଜଣଙ୍କ ମୃତ୍ୟୁ ପରେ ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ । ସେହି ଦିନ ସନ୍ଧ୍ୟା ସୁଦ୍ଧା ପୋଲିସକୁ ବାବାଙ୍କ ଠିକଣା ମିଳିଥିଲା । ତାଙ୍କ ଶେଷ ଠିକଣା ମୈନପୁରୀ ସନ୍ଧାନ କରାଯାଇଥିଲା । ଏହା ପରେ ଫୋନ ବନ୍ଦ ହୋଇଯାଇଥିଲା । 

ବିଛବାରେ ଗତ ୭୨ ଘଣ୍ଟା ହେବ ବାବା ଅଘୋଷିତ ଭାବରେ ଗୃହବନ୍ଦୀ ହୋଇ ରହିଛନ୍ତି । ବାବାଙ୍କ ଆଶ୍ରମରେ ୪୦-୫୦ ଗାଡି ଲୋକ ଏବଂ ୧୨ ରୁ ଅଧିକ ଗାଡି ରହିଛି । ବାବାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ବାବାଙ୍କ ମୁଖପାତ୍ର ସୂଚନା ଦେଇ ଏହି ଆଶଙ୍କାର ଖୁଲାସା କରିଦେଇଛନ୍ତି । କୌଣସି ଡାକ୍ତର ତ ଭିତରକୁ ପ୍ରବେଶ କରିନାହାନ୍ତି କିନ୍ତୁ ବାବା ଡାଇବେଟିସ୍ ଏବଂ ବ୍ଲଡ ପ୍ରେସର ନିୟନ୍ତ୍ରଣ ପାଇଁ ଜାମୁକେଳି ମଗାଇ ଖାଉଛନ୍ତି । ସେବାକାରୀ ମାନେ ଗୁପ୍ତ ଭାବରେ ବାବାଙ୍କ ପାଇଁ ଜାମୁକୋଳି ନେଇ ଯାଉଛନ୍ତି । 

ଆଶ୍ରମରେ ଉପସ୍ଥିତ ଥିବା ଲୋକଙ୍କ ଖାଦ୍ୟ ପାନୀୟ ଧିରେଧିରେ ଶେଷ ହେବାକୁ ଲାଗିଛି । ଡାଲି ଏବଂ ପନିପରିବା ଶେଷ ହେବାରେ ଲାଗିଲାଣି । ଆଶ୍ରମରେ କ୍ଷୀର ଯୋଗାଣ ପାଖାପାଖି ବନ୍ଦ ହୋଇଛି । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଶ୍ରମରୁ ଦୁଇ ତିନିଟି ଗାଡି ବାହାରକୁ ଆସୁଛି । ସେବାଦାରଙ୍କ କହିବା କଥା ଭିତରେ ୬ ଟି ବିଳାସପୂର୍ଣ୍ଣ କୋଠରୀ ଅଛି, ଯାହା ଭିତରୁ ବନ୍ଦ ହୋଇ ରହିଛି । ଗୁରୁବାର ପୋଲିସ ଏହା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଏଥିରେ ସକ୍ଷମ ହୋଇ ପାରିନଥିଲା । ପୂରା ପ୍ରଶାସନ ଏବେ ଏହି ଆଶ୍ରମକୁ ଘେରାବନ୍ଦୀ କରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.