ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଘରେ କିମ୍ବା କାର୍ଯ୍ୟାଳୟରେ ରଖୁଛନ୍ତି କି ବାଉଁଶ ଗଛ? ଜାଣନ୍ତୁ କେଉଁ ଦିଗରେ ରଖିବା ଉଚିତ୍‌

ଭୁବନେଶ୍ୱର ୨୦/୦୫: ନିଜର କର୍ମକ୍ଷେତ୍ରରେ ଉନ୍ନତି ସମସ୍ତେ ଚାହାନ୍ତି । ଚାକିରି ହେଉ ଅବା ବ୍ୟବସାୟ ଉଭୟ ପାଇଁ ଏକ ଛୋଟ ଉପାୟ ଲାଭଦାୟୀ ହୋଇପାରିବ । ବାସ୍ତୁ ଶାସ୍ତ୍ର ତଥା ଫେଙ୍ଗଶୁଇ ଅନୁସାରେ ବାଉଁଶ ଗଛ ସକାରାତ୍ମକ ଉର୍ଜାର ଉତ୍ସ । ଏହି ଗଛକୁ ଘରେ ବା କାର୍ଯ୍ୟାଳୟରେ ନିଜେ ବସୁଥିବା ସ୍ଥାନରେ ଏକ ଛୋଟପାତ୍ରରେ ରଖି ପାରିବେ । ବାଉଁଶ ଗଛ ଘରର ବାସ୍ତୁ ଦୋଷ ଦୂର କରିବା ସହିତ ସୁଖସମୃଦ୍ଧି ବୃଦ୍ଧିରେ ସହାୟକ ହୋଇପାରେ । 

କେଉଁ ଦିଗରେ ଲଗାଇବା: 

ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ବାଉଁଶ ଗଛକୁ ଘରର ଉତ୍ତର ଦିଗରେ ଲଗାନ୍ତୁ ବା ରଖନ୍ତୁ । ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନ ପ୍ରାପ୍ତି ହୋଇଥାଏ । ଆପଣଙ୍କ ପିଲାର ଯଦି ପାଠପଢ଼ାରେ ମନ ଲାଗୁ ନାହିଁ ତେବେ ବାଉଁଶ ଗଛକୁ ପିଲାର ପଢ଼ା ଟେବୁଲ୍‌ରେ ରଖୁଲେ ବହୁତ ଲାଭଦାୟକ ହୋଇପାରିବ । ଅନ୍ୟପକ୍ଷରେ କାର୍ଯ୍ୟାଳୟରେ ନିଜ ଡେସ୍କରେ ଏହାକୁ ରଖିବା ଦ୍ୱାରା ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ବଢ଼ିଯାଇଥାଏ । 

ବାଉଁଶ ଗଛକୁ କେଉଁଥିରେ ରଖିବେ:

କାଚପାତ୍ରରେ ରଖି ଏହାକୁ ଲାଲ୍‌ କପଡ଼ାରେ ବାନ୍ଧି ରଖନ୍ତୁ । ଫଳରେ ଏହା ଆପଣଙ୍କ ପାଇଁ ସର୍ବାଧିକ ଶୁଭପ୍ରଦ ହୋଇପାରିବ । ଅନ୍ୟପକ୍ଷରେ ବାଉଁଶ ପାତ୍ର ଯେଉଁଥିରେ ରଖିବେ ସେଥିରେ ନୀଳ ପଥର ପକାଇଲେ ଖୁବ୍‌ ଭଲ ବୋଲି କୁହାଯାଏ । 

ଯତ୍ନ ନେବେ କିପରି: 

ବାଉଁଶ ଗଛରେ ଅଧିକ ପାଣି ଦେବେ ନାହିଁ । ଅଳ୍ପ ଅଳ୍ପ ପାଣି ମଝିରେ ମଝିରେ ଦେବା ଦରକାର । ପ୍ରତ୍ୟକ୍ଷ ସୂର୍ଯ୍ୟକିରଣରେ ବାଉଁଶ ଗଛ ରଖିବା ଅନୁଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.