ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦୋଳ ଯାତ୍ରା ଦେଖି ଯିବା ହେଲା କାଳ, ଭାରସାମ୍ୟ ହରାଇ ଓଲଟିଲା ଅଟୋ; ଜଣେ ମୃତ, ୧୬ ଆହତ

ଦଶମନ୍ତପୁର, ୨୬।୩ : ହୋଲିରେ ଅଘଟଣ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତ ଅଧିନସ୍ଥ ମୁନ୍ଦାର ଗାଁ ନିକଟସ୍ଥ ଏକ କଲଭର୍ଟ ତଳେ ଭାରସାମ୍ୟ ହରାଇ ଯାତ୍ରୀ ବାହି ଅଟୋ ଓଲଟି ପଡ଼ିଥିବା ଥିବା ଜଣାପଡ଼ିଛି । ଏଥିରେ ଅଟୋ ଚାଳକ ସହ ବସିଥିବା ୧୬ ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ୧୭ ବର୍ଷୀୟା ଯୁବତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବତୀ ଜଣକ ହେଲେ ଦାଶି ମୁଦୁଲି । 

ସୂଚନା ମୁତାବକ, ୧୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ କଲେଜ୍ ଓ ହସପିଟାଲେକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ଖବର ପାଇ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଗୁରୁତରମାନଙ୍କୁ କୋରାପୁଟ ହସ୍ପିଟାଲକୁ ରେଫର କରିଥିବା ସ୍ବାସ୍ଥ୍ୟ ଅଧିକାରୀ ଡ. ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଖବର ପାଇ, ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛ୍ । ଏଥିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସ୍‌ଆଇ ଲକ୍ଷ୍ମୀକାନ୍ଥ ପଣ୍ଡା ପ୍ରକାଶ କରିଛନ୍ତି । 

ପୋଲିସ ସୂଚନାରୁ ଜଣାପଡିଛି ଯେ, ଗତକାଲି ସନ୍ଧ୍ୟାରେ ଦଶମନ୍ତପୁରଠାରୁ ଦୋଳପୂର୍ଣ୍ଣିମା ଉପଲକ୍ଷେ ଜାଗର ପାଇଁ ଦେଶିଆ ନାଚ ଚାଲିଥିଲା । ଏହି ନାଚ ଦେଖିବାକୁ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ବରଗଛ ଗାଁର ୧୮ ରୁ ୧୨ ବର୍ଷ ମଧ୍ୟରେ ଥିବା ନାବାଳିକାମାନେ ରାତିରେ ନାଚ ଦେଖିବାକୁ ଯାଇଥିଲେ । ମଙ୍ଗଳବାର ସକାଳେ ପାଖାପାଖି ସାଢ଼େ ୬ଟା ବେଳେ ଦଶମନ୍ତପୁରଠାରୁ ନିଜ ଗାଁ ଅଭିମୁଖେ ଏକ ଅଟୋ ସାହାଯ୍ୟରେ ୧୬ ଜଣ ଯାତ୍ରୀ ଫେରୁଥିବା ବେଳେ ଅଟୋଟି ହଠାତ୍ ଭାରସାମ୍ୟ ହରାଇ ଓଲଟି କଲଭର୍ଟ ତଳେ ଓଲଟି ପଡ଼ିଥିଲା । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦଶମନ୍ତପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ପୋଲିସ କହିଛି । ଏହି  ଅଟୋରେ ବସିଥିବା ସମସ୍ତ ଯାତ୍ରୀ ଗୋଟିଏ ଗାଁର ହୋଇଥିବା ବେଳେ ଅଧିକାଂଶ ବିଭିନ୍ନ ବିଦ୍ୟାଳୟରେ ପଡ଼ୁଥିବା ଛାତ୍ରୀ ।‌ 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.