ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ବିଭିନ୍ନ ପ୍ରକାରର ଡିମାଣ୍ଡ କରୁଥିବା ଆଇଏଏସ୍ ପୂଜାଙ୍କର ବଢିଲା ମୁସ୍କିଲ , ହୋଇପାରେ କାର୍ଯ୍ୟାନୁଷ୍ଠାନ

ମୁମ୍ୱାଇ : ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କର ମୁସ୍କିଲ ବଢିବାରେ ଲାଗିଛି। ପୁନେରେ ପ୍ରୋବେସନ ପିରିୟଡ ବେଳେ ବିଭିନ୍ନ ପ୍ରକାରର ଡିମାଣ୍ଡ କରି ଖରାପ ବ୍ୟବହାର କରିବା ଅଭିଯୋଗରେ, ପୂଜା ଖେଡକରଙ୍କ ବିରୋଧରେ ଆକ୍ସନ ନିଆଯାଇ ପାରେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପଦ ହାସଲ କରିବାକୁ ଶାରୀରିକ ଅକ୍ଷମତା ଶ୍ରେଣୀ ଓ ଓବିସି କୋଟା ଅନୁସାରେ ଲାଭର ଦୁରୁପଯୋଗ କରିବା ମାମଲାରେ ପୁନେ କଲେକ୍ଟରଙ୍କ ଠାରୁ ରିପୋର୍ଟ ମାଗିଛି। ଏହା ବ୍ୟତୀତ, ପ୍ରଶାସନିକ ଅଧିକାରୀଙ୍କୁ ଟ୍ରେନିଂ ଦେଉଥିବା ଲାଲ୍‌ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଠାରୁ ଏହି ମାମଲାରେ ରିପୋର୍ଟ ମାଗିଛି। ଅର୍ଥାତ୍‌ ପୂଜାଙ୍କ ଉପରେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ। 

ମହାରାଷ୍ଟ୍ର ସରକାର ପୂଜା ଖେଡକରଙ୍କୁ ୮ ଜୁଲାଇରେ ଧମକାଇବା ଓ ଅପମାନଜନକ ବ୍ୟବହାର କରିବା ଅଭିଯୋଗରେ ପୁନେରୁ ୱାସିମ୍‌ ଟ୍ରାନ୍ସଫର କରି ଦେଇଥିଲା। ଏହାପରେ ଗୁରୁବାର ସେ ୱାସିମ୍‌ରେ ଜଏନ କରିଛନ୍ତି। ପୂଜା ଗୁରୁବାର ଦିନ କହିଛନ୍ତି, ମୁଁ ୱାସିମ୍‌ ଜିଲ୍ଲା କଲେକ୍ଟରେଟ୍‌ରେ ସାମିଲ ହୋଇ ଖୁସି ଅଛି ଏବଂ କାମ କରିବା ପାଇଁ ଇଚ୍ଛୁକ। ସେପଟେ, ନିଜ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ପଚରା ଯିବାରେ ପୂଜା ଖେଡକର କହିଛନ୍ତି କି, ସେ ମିଡ଼ିଆ ସହ କଥାବାର୍ତ୍ତା ହେବା ପାଇଁ ଅଧିକୃତ ନୁହେଁ। ସେ କହିଛନ୍ତି, ସରକାରୀ ନିୟମ ମୋତେ ଏହି ମାମଲାରେ କିଛି ବି କହିବାକୁ ଅନୁମତି ଦେଇ ନାହିଁ। ଏଥିପାଇଁ ମୁଁ କିଛି କହି ପାରିବି ନାହିଁ।

ପୁନେର କଲେକ୍ଟର ସୁହାସ ଦେବସେ ପୁନେ କଲେକ୍ଟରେଟ୍‌ରେ ପୂଜା ଖେଡକରଙ୍କ ଦୁର୍ବ୍ୟବହାର ସମ୍ୱନ୍ଧରେ ଅତିରିକ୍ତ ମୁଖ୍ୟ ସଚିବ ନିତିନ ଗଦ୍ରେଙ୍କୁ ଏକ ରିପୋର୍ଟ ପଠାଇ ଥିଲେ। ଏହାପରେ ପୂଜାଙ୍କର ଟ୍ରାନ୍ସଫର ପୁନେରୁ ୱାସିମ କରି ଦିଆ ଗଲା। ମହାରାଷ୍ଟ୍ର କ୍ୟାଡରର ୨୦୨୩ ବ୍ୟାଚ୍‌ର ଆଇଏଏସ ଅଧିକାରୀ ଖେଡକରଙ୍କ ଉପରେ ଭାରତୀୟ ପ୍ରଶାସନିକ ସେବାରେ ପଦ ହାସଲ କରିବାକୁ ଶାରୀରିକ ଅକ୍ଷମତା ଶ୍ରେଣୀ ଓ ଅନ୍ୟ ପଛୁଆ ପର୍ବ (ଓବିସି) କୋଟା ଅନୁସାରେ ପ୍ରାପ୍ତ ଲାଭର ଦୁରୁପଯୋଗ କରିବାର ମଧ୍ୟ ଅଭିଯୋଗ ଲାଗିଛି। ତାଙ୍କ ପିତା , ଯିଏକି ରାଜ୍ୟ ସରକାରଙ୍କର ବରିଷ୍ଠ ପ୍ରଶାସକ ଭାବେ ରିଟାୟର ହୋଇଥିଲେ, ହେଲେ ଜିଲ୍ଲା କଲେକ୍ଟ୍ରେଟ୍‌ର ଅଧିକାରୀଙ୍କୁ କଲେକ୍ଟର କାର୍ଯ୍ୟାଳୟରେ ଆଣ୍ଟେଚ୍ୟାମ୍ୱର ପାଇବା ପାଇଁ ଧମକାଇବାର ଅଭିଯୋଗ ଅଛି।

ସେପଟେ ପୂଜା ଖେଡକରଙ୍କ ହ୍ୱାଟ୍ସଆପ୍ ଚ୍ୟାଟ୍ସ ମଧ୍ୟ ସାମନାକୁ ଆସିଛି, ଯେଉଁଥିରେ ସେ କେବିନ, ଟ୍ରାଭେଲ ଆଦି ଉପରେ ଅପଡେଟ୍ ମାଗିବାର ଦେଖା ଯାଉଛି। ଏହା ବ୍ୟତୀତ ସେ କହୁଛନ୍ତି କି, ଜଏନ୍‌ କରିବା ପୂର୍ବରୁ ଏସବୁ ହୋଇ ଯିବା ଉଚିତ୍‌ ଥିଲା। ଏନଡିଟିଭ୍‌ ଅନୁସାରେ , ସେ କହୁଛନ୍ତି କି , ଦୟାକରୀ ୩ ତାରିଖରେ ମୋର ଜଏନ୍‌ କରିବା ପୂର୍ବରୁ କେବିନ ଓ ଗାଡ଼ି ପ୍ରସ୍ତୁତ କରିନିଅ। ଏହାପରେ ସମୟ ମିଳିବ ନାହିଁ। ଯଦି ଏସବୁ ସମ୍ଭବ ନୁହେଁ ତ କହିଦିଅ , ମୁଁ କଲେକ୍ଟରଙ୍କ ସହ କଥା ହେବି। କଲେକ୍ଟର ଅଫିସର ରିପୋର୍ଟରେ କୁହାଯାଇଛି କି, ପୂଜା ଖେଡକର ଏକ ଘର ପାଇଁ ମଧ୍ୟ ଦାବି କରି ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.