ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଖଣ୍ଡପଡ଼ା ମଙ୍ଗ ଧରିବ କିଏ ?

Published By : Prameya | March 29, 2024 2:19 PM

ଖଣ୍ଡପଡ଼ା, ୨୯/୦୩ : ନୟାଗଡ଼ ଜିଲ୍ଲା ରାଜନୀତିରେ ଏବେ ଖଣ୍ଡପଡ଼ା ବିଧାନସଭା ଆସନକୁ ନେଇ ଚର୍ଚ୍ଚା । ୨୦୧୯ରେ ବିଜେଡିରୁ ସର୍ବାଧିକ ଭୋଟ ପାଇ ବିଧାୟକ ନିର୍ବାଚିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ସ୍ଥାନ ନେବା ପାଇଁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଉଦ୍ୟମ ଚଳାଇଛନ୍ତି । ସୌମ୍ୟରଞ୍ଜନ ନିର୍ବାଚନ ଲଢ଼ିବା ପାଇଁ ଆଶାବାଦୀ ନଥିବା ବେଳେ ତାଙ୍କ ଝିଅ ତନୟା ପଟ୍ଟନାୟକ ବିଜେଡିରୁ ନୂଆ ମୁହଁ ଭାବେ ଉଭା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ଖଣ୍ଡପଡ଼ାରେ ବିଜେଡିରୁ ନୂଆ ମୁହଁ ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଜେପିରୁ କିଛିଦିନ ପୂର୍ବେ ଇସ୍ତଫା ଦେଇଥିବା ଇରାନୀ ରାୟ ନିର୍ବାଚନ ମଇଦାନକୁ ଓହ୍ଲାଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଖଣ୍ଡପଡ଼ା ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା, ନାରୀନେତ୍ରୀ ବୈଜୟନ୍ତମାଳା ମହାନ୍ତି ଓ ସମାଜସେବୀ ବିଧାନଚନ୍ଦ୍ର ପ୍ରଧାନ ପ୍ରମୁଖ ବିଜେଡି ଟିକେଟ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ରେ ଏଠାରୁ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ତୃତୀୟ ସ୍ଥାନରେ ଥିଲେ । ସେ ଏଥର ପୁଣି ଟିକେଟ ପାଇଁ ଆଶାୟୀ ଥିବା । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ ୧୮୬୦୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ସେ ବିଜେପିରେ ଯୋଗ ଦେଇ ଟିକଟ୍‌ ରେସରେ ଆଗୁଆ ରହିଛନ୍ତି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଇଂ ଅର୍ଚ୍ଚନା ଦାଶ ମଧ୍ୟ ଏହି ଆସନ ପାଇଁ ଆଶାୟୀ ଅଛନ୍ତି । କଂଗ୍ରେସରୁ ଖଣ୍ଡପଡ଼ା ବ୍ଲକ ସଭାପତି ଦେବବ୍ରତ ବେହେରା କିମ୍ବା ଖଣ୍ଡପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ପ୍ରଧାନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.