ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବାଙ୍ଗଲାଦେଶର ଅମିତାଭ ବଚ୍ଚନ ! ନା ପରିବର୍ତ୍ତନ କରି କରିଥିଲେ ୧୦୦ରୁ ଅଧିକ ଫିଲ୍ମ

ମୁମ୍ବାଇ, ୬/୮ :  ପୂରା ବିଶ୍ବରେ ବାଙ୍ଗଲାଦେଶର ସ୍ଥିତି ଉପରେ ଏବେ ଚର୍ଚ୍ଚା ହେଉଛି । ଶେଖ ହସିନା ସରକାରଙ୍କ ସତ୍ତା ପରିବର୍ତ୍ତନ ହୋଇଛି । ବିଶ୍ବର ନଜର ଏବେ ଏହି ଦେଶ ଉପରେ ରହିଛି । ସେଠାକାର ଜନତା ରାସ୍ତାରେ ଏବଂ ପ୍ରଧାନମନ୍ତ୍ରୀ ଥିବା ଶେଖ ହସୀନାଙ୍କୁ ଦେଶ ଛାଡ଼ି ପଳାଇବାକୁ ପଡ଼ିଛି । ଏହା ମଧ୍ୟରେ ଏଭଳି ଜଣେ ବଲିଉଡ଼ ଅଭିନେତାଙ୍କ କାହାଣୀ ଆମେ ଜାଣିବା ଯାହାଙ୍କୁ ବାଙ୍ଗଲାଦେଶର ଜନତା ଏତେ ଭଲପାଇବା ଦେଲେ ଯେ ସେ ସେଠାକାର ସୁପରଷ୍ଟାର ହୋଇଯାଇଥିଲେ । ତାଙ୍କୁ ସେଠାକାର ଅମିତାଭ ବଚ୍ଚନ ବି କୁହାଯାଏ । ଆସନ୍ତୁ ଜାଣିବା ଚଙ୍କି ପାଣ୍ଡେଙ୍କ କାହାଣୀ, ଯେତେବେଳେ ତାଙ୍କୁ ବାଙ୍ଗଲାଦେଶ ସୁପରଷ୍ଟାର କରି ଦେଇଥିଲା ।

ଚଙ୍କି ପାଣ୍ଡେଙ୍କ ପ୍ରକୃତ ନାଁ ସୁୟଶା ପାଣ୍ଡେ ଅଟେ । ୨୬ଡିସେମ୍ବର ୧୯୬୨ରେ ଜନ୍ମ ହୋଇଥିବା ଅଭିନେତା ଷ୍ଟେଜ ନାଁ ଚଙ୍କି ପାଣ୍ଡେ କରିନେଲେ । ୧୦୦ରୁ ଅଧିକ ଫିଲ୍ମ କରିଥିବା ଚଙ୍କି ପାଣ୍ଡେଙ୍କ ଗୋଟିଏ ସମୟରେ ସମୟ ଖରାପ ଥିଲା । ଯେତେବେଳେ ୧୯୮୭-୧୯୯୪ରେ ବ୍ୟାକ ଟୁ ବ୍ୟାକ୍ ତାଙ୍କ ଫିଲ୍ମ ଫ୍ଲପ୍ ହେଉଥିଲା । ପରସ୍ଥିତି ଏଭଳି ହୋଇଥିଲା କି ତାଙ୍କ କ୍ୟାରିୟର ବାଜିରେ ଲାଗି ଯାଇଥିଲା । 

ତାଙ୍କ ବାପା ଶରତ ପାଣ୍ଡେଙ୍କ ବଲିଉଡ଼ କିମ୍ବା ଫିଲ୍ମ ଦୁନିଆ ସହ କୌଣସି ସମ୍ପର୍କ ନ ଥିଲା। ସେ ହାର୍ଟ ସର୍ଜନ ଥିଲେ । ଏଭଳି ସ୍ଥଳେ ସେ ନିଜ କ୍ଷେତ୍ରରେ ବହୁତ ନାଁ କମେଇଥିଲେ । ସେ ଭାରତର ପ୍ରଥମ ଏଭଳି ସର୍ଜନ ଥିଲେ ଯିଏ ପ୍ରଥମ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଥିଲେ । ସେହିଭଳି ଚଙ୍କି ପାଣ୍ଡେଙ୍କ ମା’ଙ୍କ ନାଁ ସ୍ନେହଲତା ପାଣ୍ଡେ ବି ଡକ୍ଟର, ଫିଜଶନାଲ ଏବଂ ଡାଇଟେସିଆ ଥିଲେ । ଚଙ୍କି ପାଣ୍ଡେଙ୍କ ଏକ ଭାଇ ବି ଅଛନ୍ତି ଯାହାଙ୍କ ନାଁ ଚକ୍କି ପାଣ୍ଡେ ଅଟେ । ପ୍ରକାଶ ଯେ, ଚଙ୍କି ପାଣ୍ଡେଙ୍କ ସ୍ତ୍ରୀ ଭାବନା ପାଣ୍ଡେ କଷ୍ଟ୍ୟୁମ ଡିଜାଇନର ଅଟନ୍ତି । ଉଭୟଙ୍କ ଦୁଇ ଝିଅ ଅଛି ଅନନ୍ୟା ପାଣ୍ଡେ ଏବଂ ରିସା ପାଣ୍ଡେ । 

ଚଙ୍କି କିନ୍ତୁ ନୂଆ ରାସ୍ତା ଆପଣାଇଲେ । ‘ଆଗ ହି ଆଗ’ ଭଳି ମଲ୍ଟିଷ୍ଟାର ଫିଲ୍ମରେ ଡେବ୍ୟୁ କରିଥିଲେ । ଆଗକୁ ଯାଇ ଅନୀଲ କପୁରଙ୍କ ‘ତେଜାବ’ରେ ସପୋର୍ଟିଂ ଭୂମିକାରେ ନଜର ଆସିଲେ ତ ଆଁଖେ ଭଳି ସୁପରହିଟ୍ ଫିଲ୍ମ ଦେଇଥିଲେ । କିନ୍ତୁ ଦେଖୁ ଦେଖୁ ଏକ ସମୟ ଏଭଳି ଆସିଲା ତ ତାଙ୍କ ପାଖରେ କାମ ନଥିଲା । ଏଭଳି ସ୍ଥଳେ ସେ ଏହା କରିଥିଲେ ଯେ କେହି ଭାବି ବି ନଥିବେ । ୧୯୯୫ରେ ସେ ବଲିଉଡ଼ ଛାଡ଼ି ବାଙ୍ଗଲାଦେଶ ସିନେମାରେ ଡେବ୍ୟୁ କରିଥିଲେ । ସେତେବେଳେ ସେ ସେଠାକାର ସୁପରଷ୍ଟାର ହୋଇଯାଇଥିଲେ । ଏହା ୨୦୦୩ପର୍ଯ୍ୟନ୍ତ ଚାଲିଥିଲା । 

ଆଉଟଲୁକକୁ ଦେଇଥିବା ଏକ ସାକ୍ଷାତକାରରରେ ଚଙ୍କି ପାଣ୍ଡେ ନିଜ ବାଙ୍ଗଲାଦେଶ ଯିବାର କାରଣ ବିଷୟରେ କଥା ହୋଇଥି‌ଲେ । ସେ କହିଥିଲେ କି ୩୩ବର୍ଷର କ୍ୟାରିୟରରେ ସେ ଭଲ ଏବଂ ଖରାପ ସମୟ ଦେଖିଛନ୍ତି । ଆଖେଁ ଭଳି ହିଟ୍ ଫିଲ୍ମ ଦେବା ପରେ ବି ଏକ ସମୟ ଏଭଳି ଥିଲା କି ଯେତେବେଳେ ସେ କାମକୁ ନେଇ ଚିନ୍ତିତ ଥିଲେ । ସେତେବେଳେ ସେ ବାଙ୍ଗଲାଦେଶ ଯିବାକୁ ଚିନ୍ତା କଲେ ଏବଂ ସେ ସେଠାକାର ଜନତାଙ୍କ ପ୍ରତି କୃତଜ୍ଞତା କି ସେଠାରେ ତାଙ୍କୁ ଏତେ ଭଲ ପାଇବା ଦେଲେ ଯେ ସବୁ କିଛି ଠିକ୍ ହୋଇଗଲା ।

ଚଙ୍କି ପାଣ୍ଡେ ଫିଲ୍ମ କ୍ୟାରିୟରରେ ଫେଲ୍ ଏବଂ ପାସ୍ ହେବା ଉପରେ କହିଥିଲେ କି ସେ ନିଜ ଝିଅ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବି ଏହା ବୁଝାଇଥାନ୍ତି କି କ୍ୟାରିୟରରେ କିଛି ଭଲ କରିବାକୁ ହେଲେ ପ୍ରଥମେ ଦର୍ଶକଙ୍କ ଭଲପାଇବା ହାସଲ କର ଏବଂ ତାଙ୍କୁ ସମ୍ମାନ କର । ବିଫଳତାକୁ ସମ୍ଭାଳିବା ସହଜ କିନ୍ତୁ ସଫଳତାକୁ ନୁହେଁ । 

ଚଙ୍କି ପାଣ୍ଡେ ‘ ସ୍ବାମୀ କେନୋ ଆସାମୀ’, ‘ବେଶ କୋରେଚୀ ପ୍ରେମ କୋରେଚୀ’ ଭଳି ପ୍ରାୟ ୬ବାଙ୍ଗଲାଦେଶୀ ଫିଲ୍ମରେ କମା କରିଛନ୍ତି । ତାଙ୍କୁ ସେଠାକାର ଲୋକାଲ ଭାଷା ବି ଆସୁନଥିଲା ତା‘ ପରେ ବି ତାଙ୍କୁ ଏତେ ପରିଶ୍ରମ କରିଥିଲେ ସଫଳତା ନେଇ ଫେରିଥିଲେ ।  

ପରେ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ଚଙ୍କି ପାଣ୍ଡେଙ୍କୁ ବଲିଉଡ଼ରେ ବହୁତ ଲୋ ବଜେଟର ଫିଲ୍ମ ଅଫର ହେଉଥିଲା । କିନ୍ତୁ ପରାଜୟ ହୋଇ ଘରେ ବସିବା ଅପେକ୍ଷା ସବୁ ପରିସ୍ଥିତିକୁ ଫେସ୍ କରିଥିଲେ । ଶେଷରେ ୨୦୦୩ରେ ତାଙ୍କ ଫେରସ୍ତ ବଲିଉଡ଼ରେ ବହୁତ ଭଲ ହୋଇଥିଲା । ସେ ଡନ୍, ମୁମ୍ବାଇ ସେ ଆ ଗୟା ମେରା ଦୋସ୍ତ, ଅପନା ସପନା ମନି ମନି ଏବଂ ହାଉସଫୁଲ ଭଳି ଫିଲ୍ମରେ କାମ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.