ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

କାହିଁକି ନବକୃଷ୍ଣ ଚୌଧୁରୀଙ୍କ ମଦ ନୀତି ଶୀତଳଭଣ୍ଡାରରେ ? ମଦ ପିଇବା ପାଇଁ ଦିଆଯାଇଥାନ୍ତା ଲାଇସେନ୍ସ

କଟକ,(ଜଗନ୍ନାଥ ରାଉତ): ନିଶାରେ ବୁଡ଼ିବା ପାଇଁ କାହାରିକୁ ମଦ ପିଇବା ଲାଗି ଅନୁମତି ଦିଆଯାଇ ପାରିବ ନାହିଁ । କେବଳ ଯେଉଁମାନଙ୍କର ଆବଶ୍ୟକତା ରହିଛି, ଯେମିତିକି ସ୍ୱାସ୍ଥ୍ୟଗତ କାରଣ ହେଉ ଅବା କୌଣସି ପ୍ରଥା ପାଇଁ ସେମାନଙ୍କୁ କେବଳ ମଦ ପିଇବା ଲାଗି ଅନୁମତି ପ୍ରଦାନ କରାଯାଇ ପାରିବ ।  - ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ରାଜ୍ୟ ପାଇଁ ଏଭଳି ଏକ ମଦ ନୀତି ପ୍ରସ୍ତୁତ କରିଥିଲେ । ମଦ ପିଇବା ପାଇଁ ଯଦିଓ ଅନୁମତି ଦିଆଯାଇଥିଲା କିନ୍ତୁ କେଉଁମାନେ ମଦ ପିଇପାରିବେ ସେଥିପାଇଁ ଲାଇସେନ୍ସ  ଦିଆଯିବାର ବ୍ୟବସ୍ଥା ରହିଥିଲା । ବିଧାନସଭାରେ ପାସ୍‌ ହୋଇଥିବା ଏହି ମଦ  ନୀତିକୁ ପରବର୍ତ୍ତୀ ସରକାର ଶୀତଳଭଣ୍ଡାରକୁ ଠେଲି ଦେଇଛନ୍ତି ।  

ଏବେ ବିଷାକ୍ତ ମଦ ପିଇ ଗଞ୍ଜାମରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ପୁଣି ରାଜ୍ୟରେ ମଦ ବିଭୀଷିକାର କଥା ମୁଣ୍ଡ ଟେକିଛି । ରାଜ୍ୟରେ  ଏମିତି ଅନେକ ସମୟରେ ବିଷାକ୍ତ ମଦମୃତ୍ୟୁ ଘଟଣା ସରକାରଙ୍କୁ ଦୋହଲାଇ  ଦେଇଛି । ରାଜ୍ୟବ୍ୟାପୀ ଝଡ଼ ସୃଷ୍ଟି କରିଛି । କିନ୍ତୁ କିଛି ସମୟ ଲାଗି ଉଠୁଥିବା  ଏହି ଝଡ଼ ପୁଣି ଶାନ୍ତ ହୋଇଯାଇଛି । କିଛିବର୍ଷ ଅନ୍ତରରେ ବିଷାକ୍ତ ମଦ ପୁଣି  ତା’ର ଫଁ ଦେଖାଇଛି । କ’ଣ ପାଇଁ ଏଭଳି ବିଷାକ୍ତ ମଦକୁ ସରକାର ନିୟନ୍ତ୍ରଣ  କରିପାରୁ ନାହାନ୍ତି ସେନେଇ ଅନେକ ପ୍ରଶ୍ନ ଉଠିଛି । ଏବେକାର ଅବକାରୀ  ଆଇନ କ’ଣ ଦନ୍ତହୀନ ହୋଇଯାଇଛି? ଏଭଳି ଅନେକ ପ୍ରଶ୍ନ ସାଧାରଣରେ  ଉଠୁଥିଲା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ  ଆସିଥିବା ‘ଓଡ଼ିଶା ମଦ ନିୟନ୍ତ୍ରଣ ଆଇନ’ କଥା ସାମ୍ନାକୁ ଆସୁଛି ।  

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ରାଜ୍ୟରେ ସମ୍ପୂର୍ଣ୍ଣ ମଦ ବ୍ୟବସାୟକୁ  ବନ୍ଦ କରି ନଥିଲେ ମଧ୍ୟ କିପରି ମଦ ପିଇ ଲୋକେ ମାତାଲ ନହେବେ  ସେନେଇ ଆଇନରେ ସ୍ପଷ୍ଟ ଉଲ୍ଲେଖ କରିଥିଲେ । ଉକ୍ତ ଆଇନ ସେତେବେଳେ  ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଉକ୍ତ ଆଇନର  ଧାରା ୪୦ରେ କେଉଁମାନେ ମଦ ପିଇପାରିବେ ବା କେଉଁମାନଙ୍କୁ ମଦ ବିକ୍ରି  କରାଯିବ ସେନେଇ ବିସ୍ତୃତ ଭାବେ ଉଲ୍ଲେଖ ହୋଇଥିଲା । ଗାଡ଼ି ଚଲାଇବା  ପାଇଁ ଯେଉଁଭଳି ଲାଇସେନ୍ସ ଏବଂ ବନ୍ଧୁକ ଚଲାଇବା ପାଇଁ ଲାଇସେନ୍ସ ପ୍ରଦାନ  କରାଯାଉଛି ସେହିଭଳି ମଦ କେଉଁମାନେ ପିଇବେ ବା କେଉଁମାନଙ୍କୁ ମଦ ବିକ୍ରି  କରାଯିବ ସେମାନଙ୍କୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିବେ ବୋଲି  ଆଇନରେ ବ୍ୟବସ୍ଥା କରାଯାଇଥିଲା । 

ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ତାଙ୍କ ସ୍ବାସ୍ଥ୍ୟ ଗତ କାରଣ ପାଇଁ ମଦର  ଆବଶ୍ୟକତା କରୁଥାନ୍ତି ବା କୌଣସି ଡାକ୍ତର  ତାଙ୍କୁ ଏଥିପାଇଁ ପରାମର୍ଶ ଦେଇଥାନ୍ତି ସେହିଭଳି ବ୍ୟକ୍ତିଙ୍କୁ ମଦ  କିଣିବା ପାଇଁ ଅନୁମତି ମିଳିପାରିବ । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲ ସାର୍ଟିଫିକେଟ୍‌ ଜମା କରିବାକୁ ପଡ଼ିବ ବୋଲି ସର୍ତ୍ତ ହୋଇଥିଲା । ଯଦି କୌଣସି  ସଂସ୍ଥା ବା ଅନୁଷ୍ଠାନ ସେମାନଙ୍କ ଧାର୍ମିକ କାର୍ଯ୍ୟ ବା ଦୀର୍ଘଦିନର ପ୍ରଥା ଅନୁଯାୟୀ  ମଦର ଆବଶ୍ୟକତା କରୁଥାନ୍ତି ତେବେ ସମ୍ପୃକ୍ତ ସଂସ୍ଥାକୁ ମଦ ଦିଆଯାଇ ପାରିବ ।  

ହୋଟେଲ୍‌ମାନଙ୍କୁ ଆସୁଥିବା ପର୍ଯ୍ୟଟକ ବା ପରିଦର୍ଶକମାନଙ୍କ ପାଇଁ ମଧ୍ୟ  ମଦ ବିକ୍ରି କରିବାକୁ ଲାଇସେନ୍ସ ପ୍ରଦାନ କରାଯାଇ ପାରିବ । କିନ୍ତୁ ପର୍ଯ୍ୟଟକ  ବା ପରିଦର୍ଶକଙ୍କୁ ଏହି ଆଇନ ଅନୁସାରେ ମଦ ପିଇବା ପାଇଁ ଅନୁମତି  ମିଳିଥିବା ଆବଶ୍ୟକ । ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କୌଣସି  ରେଷ୍ଟୁରାଣ୍ଟରୁ ନିଜ ପାଇଁ ମଦ ନେଇ ଯାଇପାରିବେ ବୋଲି ଉକ୍ତ ଆଇନରେ  ବ୍ୟବସ୍ଥା କରାଯାଇଥିଲା । ଏହି ଆଇନ-୧୯୫୬କୁ ବିଧାନସଭାରେ ପାରିତ  କରାଯାଇଥିଲା । କିନ୍ତୁ ଓଡ଼ିଶାରେ ପରବର୍ତ୍ତୀ ରାଜ୍ୟ ସରକାର ଆସିବା ପରେ  ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ପାରିତ ଉକ୍ତ ଆଇନକୁ ଶୀତଭଣ୍ଡାରକୁ ଠେଲି  ଦେଇଥିଲେ ବୋଲି ହାଇକୋର୍ଟର ଆଇନଜୀବୀ ତଥା ସମାଜସେବୀ ଚିତ୍ତରଞ୍ଜନ  ମହାନ୍ତି ପ୍ରକାଶ କରିଛନ୍ତି । 

ରାଜ୍ୟ ସରକାର ବିହାର-ଓଡ଼ିଶା ଅବକାରୀ  ଆଇନକୁ କାର୍ଯ୍ୟକାରୀ କରିଥିଲେ । ଏବେ ବିହାର-ଓଡ଼ିଶା ଆଇନ ମଧ୍ୟ ପଛକୁ  ଚାଲିଯାଇ ପୂର୍ବ ସରକାରଙ୍କ ସମୟରେ ନୂଆ ଅବକାରୀ ଆଇନ ଆସିଛି । କିନ୍ତୁ  ଯଦି ଦେଖାଯାଏ କୌଣସି ଆଇନ ନିଶାଡ଼ିଙ୍କୁ ନିୟନ୍ତ୍ରଣ କରିପାରିନି । ପରନ୍ତୁ  ମଦ ବ୍ୟବସାୟ ନାଁରେ ବିଷାକ୍ତ ମଦର କାୟା ବଢ଼ିବାରେ ଲାଗିଛି । କିଛିବର୍ଷ  ଅନ୍ତରରେ ଏହି ବିଷାକ୍ତ ମଦର ଶିକାର ହୋଇ ସାଧାରଣ ଲୋକମାନେ  ମୃତ୍ୟୁମୁଖରେ ପଡ଼ୁଛନ୍ତି । ଯଦି ନବକୃଷ୍ଣ ଚୌଧୁରୀଙ୍କ ସମୟର ମଦ ନୀତିକୁ  ପୁଣି କାର୍ଯ୍ୟକ୍ଷମ କରାଯାଇ ପାରନ୍ତା ତେବେ ଓଡ଼ିଶାରେ ମଦ ବ୍ୟବସାୟରୁ  ରାଜସ୍ୱ ଆସିବା ସହ ବିଷାକ୍ତ ମଦ ବିକ୍ରି ଉପରେ କଟକଣା ମଧ୍ୟ ଲଗାଯାଇ  ପାରନ୍ତା ବୋଲି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.