ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଜନସଂଖ୍ୟାରେ ପଞ୍ଚମ ବଡ଼ ଦେଶ, ତଥାପି ଜି-୨୦ରୁ କାହିଁକି ବାଦ୍ ପଡିଛି ପାକିସ୍ତାନ ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୭।୯: ଦେଶର ରାଜଧାନୀ ଦିଲ୍ଳୀରେ ଜି-୨୦ ଦେଶର ମିଟିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୋ ବାଇଡେନ୍, ଋଷି ସୁନକଙ୍କ ସହିତ ଦୁନିଆର ଶୀର୍ଷ ନେତା ସ୍ବାଗତ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ଏହି ସଂଗଠନକୁ ଦୁନିଆର ଏଜେଣ୍ଡା ତିଆରି କରୁଥିବାର ମନେକରାଯାଏ,ଯେଉଁଥିରେ ଟପ୍‌-୨୦ ଇକୋନୋମି ରହିଛି। ଋଷ, ଚୀନ୍, ଜର୍ମାନୀ, ଫ୍ରାନ୍ସ, ଆମେରିକା, ବ୍ରିଟେନ୍‌, ଇଣ୍ଡୋନେସିଆ, ସାଉଦି ଆରବ, କାନାଡା, ତୁର୍କୀ,ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ମେକ୍ସିକୋ, ଜାପାନ, ଅଷ୍ଟେ୍ରଲିଆ, ଆର୍ଜେଣ୍ଟିନା ଓ ଇଟାଲି ଭଳି ଦେଶର ଏହାର ଅଂଶ ରହିଛି। ଏହାଛଡା ୟୁରୋପିଆନ୍ ୟୁନିଅନ୍‌କୁ ମଧ୍ୟ ସାମିଲ କରାଯାଇଛି।

ଏଥିରେ ବହୁ ଦେଶ ଅଛନ୍ତି, ଯାହାକି କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ଛୋଟ। ତଥାପି ମଧ୍ୟ ତାଙ୍କୁ ଏଥିରେ ସାମିଲ କରାଯାଇଛି। ଏଭଳି ସ୍ଥିତିରେ ପାକିସ୍ତାନ ଜି-୨୦ ବୈଠକରେ ସବୁବେଳେ ଏହି ପ୍ରସଙ୍ଗ ଉଠାଇଛି, ତାଙ୍କ ଦେଶ ଏହି ସଂଗଠନରେ କାହିଁକି ନାହିଁ। ଜନସଂଖ୍ୟାରେ ଦୁନିଆର ପଞ୍ଚମ ସବୁଠାରୁ ବଡ ଦେଶ ଓ କ୍ଷେତ୍ରଫଳରେ ତୁର୍କୀ, ଜାପାନ ଓ ଫ୍ରାନ୍ସ ଭଳି ଦେଶଠାରୁ ବଡ଼ ପାକିସ୍ତାନ ଏଥିରୁ ଅଲଗା ରହିବାର କାରଣ ହେଉଛି ଏହାର ଅର୍ଥନୀତି।  ପାକିସ୍ତାନର କ୍ଷେତ୍ରଫଳ ଦୁନିଆର ୩୩ ତମ ବଡ ଦେଶ ଓ ଜନସଂଖ୍ୟାରେ ପଞ୍ଚମ ସ୍ଥାନରେ ରହିଛି, କିନ୍ତୁ ଏହି ଅର୍ଥବ୍ୟବସ୍ଥା ମାମଲାରେ ୪୨ତମ ସ୍ଥାନରେ ରହିଛି। 

କେବଳ ସେତିକି ନୁହେଁ ବାଂଲାଦେଶ, ଇସ୍ରାଏଲ, ସ୍ବିଡେନ୍, ପୋଲାଣ୍ଡ ଭଳି ଛୋଟ ଦେଶ ମଧ୍ୟ ଅର୍ଥବ୍ୟବସ୍ଥାରେ ପାକିସ୍ତାନକୁ ମାତ୍ ଦେଇଥାଏ। ୨୬ ସେପ୍ଟେମ୍ବର ୧୯୯୯ ରେ ଅସ୍ତିତ୍ବରେ ଆସିଥିବା ଏହି ସଂଗଠନକୁ ଏବେ ବିଶ୍ବ ଅର୍ଥବ୍ୟବସ୍ଥା ଏବଂ ରାଜନୀତିରେ ବିଶେଷଜ୍ଞ ଭାବରେ ମନେକରାଯାଏ। ଚୀନ୍, ଋଷ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ୍ ଓ ଭାରତ ମଳି ମହାଶକ୍ତି ଏଥିରେ ସାମିଲ ହେବା କାରଣରୁ ଏହାର ଗୁରୁତ୍ବ ବୁଝି ହୋଇଥାଏ। ସେଭଳି ପାକିସ୍ତାନ ଏହାକୁ ନେଇ ସବୁବେଳେ ଅସନ୍ତୁଷ୍ଟ ରହିଛି। ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଜାଭେଦ ଅହମ୍ମଦ ବୁର୍କୀଙ୍କ ମତରେ ଜି-୨୦ ଦେଶରେ ସାମିଲ ନହେବା ପାକିସ୍ତାନର କୁଟନୈତିକ ଅସଫଳତା।  

Copyright © 2022 - Summa Real Media Private Limited. All Rights Reserved.