ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ୱାମୀ ‘କୁର୍‌କୁରେ’ ନ ଦେବାରୁ ଛାଡ଼ପତ୍ର ମାଗିଲେ ପତ୍ନୀ, ବର୍ଷକ ତଳେ ହୋଇଥିଲା ବିବାହ

ଆଗ୍ରା,୧୪/୦୫: ବିଭିନ୍ନ ଘରୋଇ କଳହ ଏବଂ ମାନମନାନ୍ତର ପାଇଁ ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର  ହେଉଥିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ  ‘କୁର୍‌କୁରେ’କୁ ନେଇ ଛାଡ଼ପତ୍ର ଆବେଦନ କରାଯିବା  ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଆଗ୍ରାରେ ଏହି ଘଟଣା ଘଟିଛି । ପ୍ରତିଦିନ  ୫ ଟଙ୍କାର କୁର୍‌କୁରେ ଖାଇବାକୁ ଦେବା ପାଇଁ ସ୍ୱାମୀ ମନା କରିଦେବାରୁ ତାଙ୍କଠାରୁ ଛାଡ଼ପତ୍ର ପାଇବା ପାଇଁ ପତ୍ନୀ ଆବେଦନ କରିଛନ୍ତି । 

ଓକିଲ ଡ. ସତୀଶ  ଖିରୱାର କହିଛନ୍ତି, ମହିଳା ଜଣକ କୁର୍‌କୁରେ ଚିପ୍ସ ଖାଇବାକୁ ବେଶ୍‌ ଭଲ ପାଆନ୍ତି । ସେ ସବୁଦିନ ଏହାକୁ  କିଣି ଖାଇଥାନ୍ତି । ଏହାକୁ ନେଇ ତାଙ୍କ ସ୍ୱାମୀ ଆପତ୍ତି  ଉଠାଇଥିଲେ । ପ୍ରତିଦିନ କୁର୍‌କୁରେ କାହିଁକି ଖାଉଛ  ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ  ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଝଗଡ଼ାର  ରୂପ ନେଇଥିଲା । ଶେଷରେ ମହିଳା ଜଣକ ରାଗିକରି  ନିଜ ବାପଘରକୁ ପଳାଇଥିଲେ । ଦୁଇମାସ ଧରି ସେଠାରେ ରହିବା ପରେ ଶେଷରେ ଛାଡ଼ପତ୍ର ଲାଗି  ଆବେଦନ କରିଛନ୍ତି । ବର୍ଷକ ତଳେ ଉଭୟଙ୍କ ବିବାହ  ହୋଇଥିଲା । ପ୍ରଥମେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା ।  ପେସାରେ ରୁପା କାରିଗର ଭାବେ କାମ କରୁଥିବା ସ୍ୱାମୀ  ପ୍ରଥମ ୬ ମାସ ପତ୍ନୀଙ୍କର ପ୍ରତିଟି କଥା ଶୁଣୁଥିଲେ ।  କିନ୍ତୁ ପରେ ତାଙ୍କ ମନୋଭାବ ବଦଳିଥିଲା ବୋଲି  ଅଭିଯୋଗ ହୋଇଛି । ଓକିଲ ଜଣକ ଏହି ଦମ୍ପତିଙ୍କର  ପରିଚୟ ଦେବାକୁ ମନାକରି ଦେଇଛନ୍ତି । ଏହି ଘଟଣା  ଚର୍ଚ୍ଚାର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.