ନୂଆଦିଲ୍ଲୀ – ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି। ସୁପ୍ରିମକୋର୍ଟ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଆପ୍ ନେତାଙ୍କୁ ବଡ଼ ଆଶ୍ୱସ୍ତି ଦେଇ ତାଙ୍କର ଜାମିନ ପିଟିସନ ଉପରେ ରାୟ ଶୁଣାଇଛନ୍ତି। ଇଡି ମଧ୍ୟ ତାଙ୍କର ଜାମିନ୍ ଆବେଦନର ବିରୋଧ କରି ନାହିଁ । ଏବେ ପ୍ରଶ୍ନ କି ତିହାର ଜେଲ୍ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଆଇନ ପ୍ରକ୍ରିୟାରେ ଏହି ଜାମିନ ପରେ କିଛି ସାହାଯ୍ୟ ମିଳିବ ବା ନାହିଁ ।
କହି ରଖୁଛୁ କି କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ଜେଲ ପଠାଇ ଦେଇଛନ୍ତି। ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି।
ବିଚାରପତି ସଞ୍ଜିବ ଖନ୍ନା , ବିଚାରପତି ଦୀପଙ୍କର ଦତ୍ତା ଓ ପିବି ବରାଲେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କହିଛନ୍ତି - ସେ ରାଜନୀତିରେ ସକ୍ରିୟ ରହି ପାରିବେ, କିନ୍ତୁ ଉକ୍ତ ମାମଲାକୁ ନେଇ ସେ କୌଣସି ବୟାନ ଦେବେ ନାହିଁ। ତାଙ୍କୁ ଏମିତି ସମୟରେ ଜାମିନ ମିଳିଛି , ଯେବେ ଆମ୍ ଆଦମୀ ପାର୍ଟିର ଅନେକ ବଡ଼ ବଡ଼ ନେତା ଜେଲ୍ରେ ଅଛନ୍ତି। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ହୁଅନ୍ତୁ ବା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଜେଲ୍ରେ।
ଅନ୍ୟପଟେ ଲୋକସଭା ନିର୍ବାଚନ ଆରମ୍ଭ ହେବାରେ ପାଖାପାଖି ୧୬ଦିନର ସମୟ ରହିଛି। ୧୯ ଅପ୍ରେଲକୁ ପ୍ରଥମ ପର୍ଯ୍ୟାୟର ମତଦାନ ହେବ।
ଉଲ୍ଲେଖନୀୟ ଯେ , ସଞ୍ଜୟ ସିଂହ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାରି ଥିଲେ। ତାଙ୍କର ଗିରଫକୁ ୩ ମାସରୁ ଅଧିକ ସମୟ ହୋଇ ସାରିଛି । ତାଙ୍କର କୌଣସି ବି ଅପରାଧରେ ସଂପୃକ୍ତି ଥିବା ପ୍ରମାଣ ମିଳି ନଥିଲା। ଆଡିସନାଲ ସଲିସିଟର ଜେନେରାଲ ଏସଭି ରାଜୁ କହିଛନ୍ତି , ଯଦି ସଞ୍ଜୟ ସିଂହଙ୍କୁ ଜାମିନ ଦିଆଯାଉଛି ତ ଏହା ଉପରେ ଯାଞ୍ଚ ଏଜେନ୍ସିର କୌଣସି ଅଭିଯୋଗ ନାହିଁ। ତାଙ୍କ ବୟାନ ପରେ ବେଞ୍ଚ କହିଥିଲେ , ଏଏସଭି ଏସଭି ରାଜୁଙ୍କ ବୟାନକୁ ଦେଖି କେସ୍ର ଟ୍ରାୟଲ ବେଳେ ସଞ୍ଜୟ ସିଂହଙ୍କୁ ଜାମିନ ଦିଆଯାଉଛି। ଏଥରୁ ସ୍ପଷ୍ଟ କି ସଞ୍ଜୟ ସିଂହଙ୍କ ଜାମିନକୁ ଆଧାର କରି ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳି ପାରିବ ନାହିଁ । କୋର୍ଟ କହିଛନ୍ତି ଜାମିନ ଏଥିପାଇଁ ଦିଆଯାଏ , କାରଣ ଇଡି କୌଣସି ଅଭିଯୋଗ କରିନାହିଁ ।