ପ୍ରମୁଖ ଖବର
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

‘ପରାଜୟର ରାଗ ସଂସଦରେ ଦେଖାଅ ନାହିଁ’, ଶୀତକାଳୀନ ଅଧିବେଶନରେ ବିରୋଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ,୪।୧୨: ସଂସଦର ଶୀତକାଳୀନ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଯୋଗଦେବାକୁ ପହଁଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସଂସଦ ବାହାରେ ମିଡିଆକୁ ସମ୍ବୋଧିତ ମୋଦି କହିଛନ୍ତି,ଏହା ସହ ସେ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ମୁଁ ବିରୋଧିଙ୍କୁ ପରାମର୍ଶ ଦେବାକୁ ଚାହୁଁଛି ନିର୍ବାଚନର ପରାଜୟର ରାଗ ସଂସଦରେ ବାହାର କରନ୍ତୁ ନାହିଁ। ମୋର ସବୁ ସାଂସଦଙ୍କୁ ପରାମର୍ଶ ସେମାନେ ପ୍ରସ୍ତୁତ ହୋଇ ଆସୁନ୍ତୁ। ଭଲ ପରାମର୍ଶ ଦିଅନ୍ତୁ ଓ ସେ ଅନୁସାରେ କାମ ହେବ। ଯଦି ଚର୍ଚ୍ଚା ନହୁଏ ତେବେ ଦେଶ ବହୁତ କିଛି ହରାଇବ। ବର୍ତ୍ତମାନର ନିର୍ବାଚନ ଫଳାଫଳ ଆଧାରରେ କହିବି ଯଦି, ତେବେ ବିରୋଧି ସାଂସଦଙ୍କୁ ଏହା ଶିଖିବାର ସୁଯୋଗ ଅଟେ।   

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିରୋଧିଙ୍କୁ ପରାଜୟର ରାଗ ସୁଝାଇବା ଅପେକ୍ଷା ସକାରତ୍ମକ ଯୁକ୍ତି କରିବା ଦରକାର। ନିର୍ବାଚନରେ ପରାଜୟର ରାଗ ସଂସଦ ଭିତରେ ଦେଖାନ୍ତୁ ନାହିଁ।  ବିରୋଧି ତାଙ୍କ ବିରୋଧର ପୁରୁଣା ପ୍ରଣାଳି ଛାଡନ୍ତୁ। ଦେଶ ହିତରେ ସକାରତ୍ମକ ଜିନିଷର ସାଥ୍ ଦିଅନ୍ତୁ। ଗଣତନ୍ତ୍ରର ମନ୍ଦିରକୁ ଏକ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ। ଦେଶକୁ ସକରାତ୍ମକତାର ବାର୍ତ୍ତା ଦିଅନ୍ତୁ ବୋଲି ମୋଦି ବିରୋଧୀ ଦଳ ନେତାଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣ ବିରୋଧି ହେଲେ ବି ପରାମର୍ଶ ଦେବି ବାହାରର ରାଗ ସଂସଦ ଭିତରେ ଦେଖାନ୍ତୁ ନାହିଁ। ଲୋକତନ୍ତ୍ରରେ ବିରୋଧିଙ୍କ ସେତିକି ଗୁରୁତ୍ବ ରହିଛି, ଯେତିକି ଶାସକ ଦଳର ରହିଛି। 

ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନୈତିକ ପରିବେଶ ଖୁବ୍ ସରଗରମ୍। ଧିମା ଗତିରେ ଥଣ୍ଡା ଆସୁଛି, କିନ୍ତୁ  ରାଜନୈତିକ ଉଷ୍ମତା ବଢିଛି। କାଲିଠାରୁ ଚାରୋଟି ରାଜ୍ୟରେ ନିର୍ବାଚନ ଫଳାଫଳ ଆସିଯାଇଛି। ଫଳାଫଳ ଖୁବ୍ ଉତ୍ସାହଜନକ ରହିଛି। ସେହି ଲୋକଙ୍କ ପାଇଁ ଉତ୍ସାହଜନକ, ଯେଉଁମାନେ ସାଧାରଣ ଲୋକଙ୍କ କଲ୍ୟାଣ, ଦେଶ ପାଇଁ ଓ ଦେଶର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରତିଶୃତିବଦ୍ଧ। ବିରୋଧିଙ୍କୁ ଏବେ ଭାବିବା ଦରକାର ଲୋକ ଦେଶର ଜନତା ନକାରତ୍ମକତାକୁ  ଗ୍ରହଣ କରିନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.