ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରଥ ପଥ ଜଗନ୍ନାଥମୟ... ରଥତ୍ରୟ ପ୍ରତିଷ୍ଠା ସମ୍ପନ୍ନ, ଲାଗି ହେଲା କଳସ,ଧ୍ୱଜା

ପୁରୀ ୦୭/୦୭: ବାଜୁଛି କାହାଳୀ, ଶୁଭୁଛି ଶଙ୍ଖ ଧ୍ବନି । ଜୟ ଜଗନ୍ନାଥ ଓ ହରିବୋଲ ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ଭଗବାନଙ୍କ ଅପେକ୍ଷାରେ ରହିଛନ୍ତି ରଥ, ପଥ ଓ ଭକ୍ତ । ଶ୍ରୀନଅରରୁ ଭକ୍ତଙ୍କ ପାଇଁ ବାହାରି ଆସିବେ ଭାବର ଠାକୁର । ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଦାରୁଦିଅଁ। ଚଳିତ ଦୁଇ ଦିନ ରଥଯାତ୍ରା ପଡ଼ୁଥିବାରୁ ଦୁଇ ଦିନ ରଥ ଟାଣିବେ ଶ୍ରଦ୍ଧାଳୁ । ଏପଟେ ଶ୍ରୀମନ୍ଦିରରେ ରଥ ପ୍ରତିଷ୍ଠା ହୋମଯଜ୍ଞ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଦେବଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପ୍ରତିଷ୍ଠା ହୋଇଛି କଳସ ଏବଂ ଧ୍ବଜା । ଏହା ପୂର୍ବରୁ ଦାରୁଦିଅଁଙ୍କ ସେନାପଟା ଲାଗି ସମ୍ପନ୍ନ ହୋଇଥିଲା ।

ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସାରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍‌ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.