ସାନଖେମୁଣ୍ଡି ୧୯/୦୯ :ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳୀ ଗ୍ରାମର ମଙ୍ଗଳବାର ବଜ୍ରାଘାତ ରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତକ ଜଣଙ୍କ ହେଲେ ବରମୁଣ୍ଡୁଳୀ ଗ୍ରାମର ବିଷ୍ଣୁ ପ୍ରିୟା ପଣ୍ଡା(୫୫) l
ମଙ୍ଗଳବାର ବିଷ୍ଣୁ ପ୍ରିୟା ଓ କିଛି ମହିଳା ମିଶି ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଓ ବଜ୍ରପାତ ହୋଇଥିଲା l ମହିଳା ଜଣଙ୍କ ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ଓ ସେଠାରେ ସେ ଅଚେତ ହୋଇ ପଡ଼ିଥିଲେ l ସେଠାରେ କାମ କରୁଥିବା ମହିଳା ମାନେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାକାର ଡାକ୍ତର ବିଷ୍ଣୁ ପ୍ରିୟା ଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପାଟପୁର ପୋଲିସ ଡାକ୍ତର ଖାନା ରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଡାକ୍ତରଖାନା କୁ ପଠାଯାଇଥିବା ଜଣାପଡିଛି l