ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରାକ୍ଟର ଓଲଟି ମହିଳା ମୃତ , ୩ ଗୁରୁତର

କାଶୀପୁର,୨୯/୧ କାଶୀପୁର ଥାନା ଅନ୍ତର୍ଗତ ଶିରିପାଇ ଗ୍ରାମ ପଞ୍ଚାୟତ ର ପୁକିଝୋଲା ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଥିବାବେଳେ ୩ଜଣ ଆହତ  ହୋଇଛିନ୍ତି। ଆହତଙ୍କୁ କାଶୀପୁର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ପୁକିଝୋଲା ଗ୍ରାମର ରହିଣୀ ମାଝି (୫୦)।

 ରହିଣୀ ଙ୍କୁ ଇନ୍ଦିରା ଆବାସ ଯୋଜନାରେ ଏକ ଘର ଆବଣ୍ଟନ ହେଇଛି । ଘର ନିର୍ମାଣ କାର୍ଯ୍ୟ ନିମନ୍ତେ ଆଜି ରହିଣୀ ତାଙ୍କ ପରିବାର ର ଅନ୍ୟ ୫ ସଦସ୍ୟ  ନେଇ ମାରିଭଟା ଗ୍ରାମ ର ଏକ ଟ୍ରାକ୍ଟର ଯୋଗେ ବାଲି ପରିବହନ କରୁଥିଲେ । ଟ୍ରାକ୍ଟର ବାଲି  ଖାଲି କରି ଦ୍ରୁତଗତି ରେ ଘାଟି ତଳକୁ ଓହ୍ଲାଇ ଥିଲା । ସେସମୟ ରେ ରହିଣୀ ଙ୍କ ପରିବାର ସମେତ ଉକ୍ତ ଟ୍ରାକ୍ଟର ର ଡ୍ରାଇଭର ଓ ହେଲପର ମଧ୍ୟ ରହିଥିଲେ । ହେଲେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ଘଟଣା ସ୍ଥଳରେ ରହଣୀ ଓ ତାଙ୍କ ଝିଅ ବୁନ୍ଦେ ମାଝି,  ଡ୍ରାଇଭର ଓ ହେଲ୍ପର ଗୁରୁତର ହୋଇଥିଲେ।  ଆହତ ବ୍ୟକ୍ତି ମାନଙ୍କୁ ବୋଲେରୋ ଯୋଗେ କାଶୀପୁର ମେଡ଼ିକାଲ ଅଣାଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ରହିଣୀ ମାଝି ଙ୍କ  ମୃତ୍ୟୁ ହେଇଯାଇଥିଲା । ଅନ୍ୟ ଆହତଙ୍କୁ ରାୟଗଡା ସ୍ଥାନାନ୍ତର କରାଯାଇଛି। 

ଆହୁରି ପଢନ୍ତୁ : ସ୍ତ୍ରୀକୁ ଗଳାକାଟି ହତ୍ୟା ମାମଲା : ସ୍ବାମୀକୁ ଆଜୀବନ କାରାଦଣ୍ଡ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.