ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସବୁଠୁ ଚଉଡ଼ା ୱିଗ୍‌ ଲାଗି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଲେ ମହିଳା

ନୂଆଦିଲ୍ଲୀ ୨୨/୦୫: ବିଶ୍ୱ ରେକର୍ଡ ସ୍ଥାପନ ଆଶାରେ ଲୋକମାନେ ବିଭିନ୍ନ ପ୍ରକାର ନିଆରା କାମ କରିଥାନ୍ତି । ନାଇଜେରିଆର ଜଣେ ମହିଳା ଏବେ ସବୁଠୁ ଚଉଡ଼ା ୱିଗ୍‌ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ନିଜର ନାମକୁ ସାମିଲ କରିଛନ୍ତି । ସେ ହେଲେ ହେଲେନ୍‌ ୱିଲିୟମ୍ସ । ହେଲେନ୍‌ ୧୧ ଫୁଟ ୧୧ ଇଞ୍ଚ ଚଉଡ଼ା ଏକ ୱିଗ୍‌ ପ୍ରସ୍ତୁତ କରିଛନ୍ତି । ସେ ଜଣେ ପ୍ରଫେସନାଲ ୱିଗ୍‌ ନିର୍ମାତା ହୋଇଥିବାବେଳେ ଏଥିଲାଗି ଗତ ଫେବ୍ରୁଆରୀ ମାସରେ କାମ ଆରମ୍ଭ କରିଥିଲେ ।

ଏତେ ଚଉଡ଼ାର ୱିଗ୍‌ ପ୍ରସ୍ତୁତି ଲାଗି ହେଲେନ୍‌ ପ୍ରାୟ ୮୦୦ ବଣ୍ଡଲ କେଶ ବ୍ୟବହାର କରିଥିଲେ । ଏହି ବିଶାଳକାୟ ୱିଗ୍‌ ପାଇଁ ତାଙ୍କୁ ସାମଗ୍ରୀ ବାବଦରେ ଭାରତୀୟ ମୁଦ୍ରାରେ ୨୨୯,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡି଼ଥିଲା । ସେ ପ୍ରାୟତଃ ହାତରେ ଏହାକୁ ପ୍ରସ୍ତୁତ କରିଛନ୍ତି । କିଛି ଅଂଶ ପାଇଁ ଏକ ସିଲାଇ ମେସିନ୍‌ ବ୍ୟବହାର କରାଯାଇଛି । ୱିଗ୍‌ ପ୍ରସ୍ତୁତି ପୂର୍ବରୁ ସେ ପ୍ରଥମେ ଏକ ଫ୍ରେମୱାର୍କ କରିଥିଲେ । ପରେ ତା’ ଉପରେ କେଶକୁ ରଖି ଛୁଞ୍ଚି ଓ ସୂତାରେ ସିଲାଇ କରିଥିଲେ । ଅଧିକ ଆକର୍ଷକ ଲାଗିବା ଲାଗି ହେଲେନ୍‌ ସେଥିରେ ଅନେକଗୁଡି଼ଏ ସ୍ଫଟିକ ମଧ୍ୟ ଲଗାଇଛନ୍ତି । ତାଙ୍କ ନାମରେ ୩୦ ସେକେଣ୍ଡ ମଧ୍ୟରେ ଗୋଟିଏ ୱିଗ୍‌ରେ ସବୁଠୁ ଅଧିକ ହେୟାରକ୍ଲିପ୍‌ ଲଗାଇବାର ମଧ୍ୟ ରେକର୍ଡ ରହିଛି । 

ସେ କହିଛନ୍ତି, ମୁଁ ନିଜକୁ ନେଇ ଖୁବ୍‌ ଗର୍ବିତ ଅନୁଭବ କରୁଛି । ଏବେ ମୋ’ ପାଖରେ ୩ଟି ରେକର୍ଡ ରହିଛି । ଜଣେ ପ୍ରଫେସନାଲ ୱିଗ୍‌ ପ୍ରସ୍ତୁତକାରୀ ଭାବେ ଏହି କ୍ଷେତ୍ରରେ ମୁଁ ଅନେକ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । କଷ୍ଟକର କାମ କରିବାକୁ ମୁଁ ଉପଭୋଗ କରିଥାଏ । ଏହା ମୋତେ ଆହୁରି ଭଲ ମଣିଷ କରିବା ସହିତ ଅନେକ ନୂଆ କଥା ଶିଖାଇଥାଏ । ଏହି ୱିଗ୍‌ ପ୍ରସ୍ତୁତି ସମୟରେ ମୁଁ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲି । ଦୀର୍ଘ ସମୟ ଧରି କାମ କରିବା ଯୋଗୁ ମୋ’ ଶରୀରର ସବୁ ଅଂଶରେ ଯନ୍ତ୍ରଣା ହେଉଥିଲା । କିନ୍ତୁ କାମ ସାରିବା ପରେ ମୋତେ ବହୁତ ଖୁସି ଲାଗୁଛି । ବର୍ତ୍ତମାନ ଏହି ବିଶାଳକାୟ ୱିଗ୍‌ ଏକ ଇତିହାସ । ମୋର ପିଲାମାନେ ବଡ଼ ହୋଇ ଏହାକୁ ଦେଖନ୍ତୁ ବୋଲି ମୁଁ ଚାହୁଁଛି । ସେପଟେ ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲଡ୍‌ ରେକର୍ଡସ୍‌ ପକ୍ଷରୁ ମଧ୍ୟ ଏ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି । ସେଥିରେ ହେଲେନ୍‌ଙ୍କୁ ତାଙ୍କର ୧୧ ଫୁଟ ୧୧ ଇଞ୍ଚ ଚଉଡ଼ାର ୱିଗ୍‌କୁ ପ୍ରଦର୍ଶିତ କରୁଥିବା ଦେଖିବାକୁ ମିଳୁଛି । ଇନ୍‌ଷ୍ଟାଗ୍ରାମରେ ସେହି ଭିଡିଓକୁ ବହୁ ସଂଖ୍ୟାରେ ଲାଇକ୍‌ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.