ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଅନଲାଇନ୍‌ରେ ଅର୍ଡର କରିଥିଲେ ପୋଷାକ, ପାର୍ସଲ ଖୋଲି ଦେଖନ୍ତି ତ ବାହାରିଲା ରକ୍ତ

Published By : Prameya | March 17, 2024 4:01 PM

ନୂଆଦିଲ୍ଲୀ, ୧୭।୩: ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ପ୍ରାୟ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ଖାଦ୍ୟ ଡେଲିଭରୀଠାରୁ ଆରମ୍ଭ କରି ପୋଷାକ, ଘରର ଆସବାବପତ୍ର ଆଦି ସବୁ ଅନଲାଇନରେ କିଣିବା ସାଧାରଣ ହୋଇଗଲାଣି । ଏକ ଘଟଣାକ୍ରମରେ ଟେନେସିର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ । କିନ୍ତୁ, ପୋଷାକ ବଦଳରେ ଯାହା ଆସି ତାଙ୍କ ପାଖରେ ପହଞ୍ଚିଥିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପାଖେ ଆସି ବ୍ଲଡ ଟେଷ୍ଟ ସାମ୍ପଲ ପହଞ୍ଚିଥିଲା । ପ୍ୟାକେଟରୁ ରକ୍ତ ଓ ବିନ୍ସ ବାହାରିଥିଲା । ଏହି ମହିଳା ଜଣକ ହେଲେ ଆନ୍ନା ଏଲିଅଟ । କିଛିଦିନ ତଳେ ଏଲିଅଟ ଏକ ଅନଲାଇନ ୱେବସାଇଟରେ ପୋଷାକ ଅର୍ଡର କରିଥିଲେ । କିନ୍ତୁ, ପୋଷାକ ପରିବର୍ତ୍ତେ ତାଙ୍କ ପାଖରେ ଆସି ପହଞ୍ଚିଥିଲା ବ୍ଲଡ୍ ଟେଷ୍ଟ ସାମ୍ପଲ ।

ତେବେ କମ୍ପାନୀ ତରଫରୁ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି । ବ୍ଲଡ ଟେଷ୍ଟ ସାମ୍ପଲଟି ଭୁଲ୍‌ରେ ଗ୍ରାହକଙ୍କ ପାଖକୁ ରକ୍ତ ପଠାଯାଇଛି ବୋଲି କମ୍ପାନୀ ସ୍ୱୀକାର କରିଛି । ଡେଲିଭରି କମ୍ପାନୀ Fed EX ଏହି ଘଟଣା ପାଇଁ ମହିଳାଙ୍କୁ କ୍ଷମା ମାଗିଛି । ତେବେ ବର୍ଷ ଆରମ୍ଭ ବେଳେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ପ୍ୟାକେଟ୍ ଭିତରେ ଛୁଞ୍ଚି ମିଳିଥିଲା । ତେବେ ତାହା କିଏ କେଉଁ ପରିସ୍ଥିତିରେ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.