ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିଶ୍ୱ କଳା ଦିବସ: ମାସେ କାମ କଲେ ମିଳୁଛି ୫ ହଜାର, ସୀମିତ ବୟସ୍କଙ୍କ ହାତରେ ବଞ୍ଚିଛି ଶିଳ୍ପ

ପୁରୀ,୧୫/୦୪: ପରମ୍ପରାର ସହର ପୁରୀ । କଳାର କ୍ଷେତ୍ର ଶ୍ରୀକ୍ଷେତ୍ର । ପୁରୀର ଅଦ୍ୱିତୀୟ ପରମ୍ପରା ସାହିଯାତ । ସାହିଯାତରେ ବାହାରୁଥିବା କଳାକାର ଆଗ ଧାଡ଼ିର ନାୟକ ହୋଇଥିବା ବେଳେ ପ୍ରଚ୍ଛଦ ପଟରେ ମୁଖ୍ୟ ନାୟକ ସାଜିଥାନ୍ତି ସେମାନଙ୍କର ବେଶକାର । ସାହିଯାତରେ ବାହାରୁଥିବା କଳାକାରଙ୍କୁ ଆକର୍ଷଣୀୟ କରିବା ତଥା ସେମାନଙ୍କ ଚରିତ୍ର ସବୁକୁ ଜୀବନ୍ତ କରିବାରେ ଏମାନଙ୍କ ଭୂମିକା ମୁଖ୍ୟ । ହେଲେ ପ୍ରୋତ୍ସାହନ ତଥା  ପ୍ରେରଣା ଅଭାବରୁ ଏହି କଳା ଧୀରେ ଧୀରେ  ଲୋପ ପାଉଛି । ହାତଗଣତି କିଛି ବୟସ୍କଙ୍କ ହାତରେ ମେଢ଼ ପ୍ରସ୍ତୁତି କଳା ଜୀବନ୍ତ ରହିଛି । ମାସମାସ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ମେଢ଼ କାରିଗର ମାତ୍ର ୫୦୦୦ରୁ  ୧୦,୦୦୦ ହଜାର ଟଙ୍କା ଲାଭ ପାଉଛନ୍ତି । ଫଳରେ ସେମାନଙ୍କର ପର ପିଢ଼ି ଏହି  କଳାକୁ ବଞ୍ଚାଇ ରଖିବାରେ ସେତେଟା ଆଗ୍ରହ ଦେଖାଉନାହାନ୍ତି । ସାହିଯାତ ପାଇଁ ମିଳୁଥିବା ସରକାରୀ ପ୍ରୋତ୍ସାହନ ମଧ୍ୟ ସମୁଦ୍ରକୁ ଶଙ୍ଖେ  ସଦୃଶ । ଏଣୁ ସାହିଯାତ ପ୍ରୋତ୍ସାହନ ରାଶି ବୃଦ୍ଧି କରିବା ସହ ଏହି ଚିତ୍ରକର କଳାକାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରାଗଲେ ଅଧିକରୁ  ଅଧିକ ଚିତ୍ର କଳାକାର ସୃଷ୍ଟି ହୋଇପାରନ୍ତେ  ବୋଲି ଦାବି ଉଠିଛି ।   

ଚିତ୍ରକର ସାହିରେ ରହୁଥିବା ମେଢ଼  କାରିଗର ନାରାୟଣ  ମହାପାତ୍ର କହିଛନ୍ତି, ତାଙ୍କର ପିଢ଼ି ପରେ  ପିଢ଼ି ଏହି କଳାକୁ ଆଦରି ବଞ୍ଚିଛନ୍ତି । ସେ ଦୀର୍ଘ ୬୦ ବର୍ଷ ହେବ ମେଢ଼ ପ୍ରସ୍ତୁତିରେ  ନିଜକୁ ନିୟୋଜିତ ରଖିଛନ୍ତି । ସେ ତାଙ୍କ  ବାପା କାଶୀନାଥ ମହାପାତ୍ରଙ୍କଠାରୁ ଏହି କଳା ଶିଖିଥିଲେ। ସାହିଯାତ ହେବାର ୩ ମାସ ପୂର୍ବରୁ  ମେଢ଼ ପ୍ରସ୍ତୁତ କରିବାରେ ସେ ଲାଗିପଡ଼ନ୍ତି ।  ବରାଦି ମୁତାବକ ସେ ମେଢ଼ ପ୍ରସ୍ତୁତ କରିଥାନ୍ତି । 

ଚଳିତବର୍ଷ ତାଙ୍କୁ  ସମୁଦାୟ ୯ଟି  ମେଢ଼ ବରାଦ  ମିଳିଛି । ଗୋଟେ ମେଢ଼ ପ୍ରସ୍ତୁତ କରିବାକୁ  ପାଖାପାଖି ୨୦ରୁ ୨୫ ଦିନ ଲାଗିଯାଏ । ପରିଶ୍ରମ ଅନୁସାରେ କିନ୍ତୁ ପାରିଶ୍ରମିକ ମିଳିନଥାଏ । ତାଙ୍କର ୨ ପୁଅ ଥିଲେ ମଧ୍ୟ ତାଙ୍କ ଭିତରୁ ଜଣେ ଏହି କଳାକୁ ବଞ୍ଚାଇ ରଖିବାକୁ ଆଗ୍ରହ ଦେଖାଇଥିବା ବେଳେ ଅନ୍ୟ ଏକ ପୁଅ ଭିନ୍ନ ବୃତ୍ତି ଆପଣାଇ ନେଇଛନ୍ତି । ଏଥିରୁ ସେତେଟା ଲାଭ ମିଳୁନଥିବାରୁ ଯୁବ ପିଢ଼ି ଏଥିରେ ସେତେଟା ଆଗ୍ରହ ଦେଖାଉନଥିବା କହିଛନ୍ତି ।   

ସେହିଭଳି କରତି ସାହିରେ ରହୁଥିବା ମଦନ  ମହାପାତ୍ର କହିଛନ୍ତି, ସେ ୪୦ ବର୍ଷ ହେଲା  ଏହି କଳାକୁ ଆପଣାଇ ରଖିଛନ୍ତି । ଜଣେ  ମେଢ଼ କାରିଗରକୁ ମାଟି କାମ, ମହାରଣା  କାମ, ଚିତ୍ର ଶଳ୍ପୀ ଭାବେ କାମ ସବୁ ଆସୁଥିବା  ଦରକାର । ଏଣୁ ଯେ କେହି ଚାହିଁଲେ ମେଢ଼  ପ୍ରସ୍ତୁତ କରିପାରିବେ ନାହିଁ । ଜଣେ ବାସ୍ତବ କଳାକାର ହିଁ ଏହି କାମ କରିପାରିବ।  ହେଲେ ଏହି ନିଆରା କଳା ପାଇଁ କୌଣସି  ସରକାରୀ ପ୍ରୋତ୍ସାହାନ କିମ୍ବା ପ୍ରେରଣା  ମିଳୁନି । ଫଳରେ କଳା ଧୀରେଧୀରେ ଲୁପ୍ତ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.