ମୁମ୍ବାଇ ୦୮/୦୬: ପୃଥିବୀର ୭୦ ପ୍ରତିଶତରୁ ଉଦ୍ଧ୍ୱର୍ ମହାସାଗର ଦ୍ୱାରା ଆଚ୍ଛାଦିତ । ଏହା ଆମ ଜୀବନର ଉତ୍ସ । ମାନବତା ଓ ପୃଥିବୀର ପ୍ରତ୍ୟେକ ଜୀବର ଜୀବନଧାରଣକୁ ଏହା ସମର୍ଥନ କରିଥାଏ । ମହାସାଗର ଅତିକମ୍ରେ ଆମ ଗ୍ରହର ୫୦ ପ୍ରତିଶତ ଅମ୍ଳଜାନ ଉତ୍ପନ୍ନ କରେ । ପୃଥିବୀର ଅଧିକାଂଶ ଜୈବବିବିଧତାର ଏହା ପେଣ୍ଠସ୍ଥଳୀ । ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ ଲୋକଙ୍କ ପାଇଁ ପ୍ରୋଟିନ୍ର ମୁଖ୍ୟ ସ୍ରୋତ ମଧ୍ୟ । କହିବା ଅନାବଶ୍ୟକ ଯେ ଆମ ଅର୍ଥନୀତିର ଚାବିକାଠି ହେଉଛି ମହାସାଗର ।
୨୦୩୦ ବେଳକୁ ୪ କୋଟି ଲୋକ ମହାସାଗର ଉଦ୍ୟୋଗରେ କାର୍ଯ୍ୟ କରୁଥିବେ ବୋଲି ଆକଳନ କରାଯାଇଛି । ଏ ସମସ୍ତ ସୁଫଳ ସତ୍ତେ୍ୱ ମହାସାଗରକୁ ଏବେ ସାହାଯ୍ୟ ଓ ସମର୍ଥନ ଆବଶ୍ୟକ । ଏହାର ୯୦ ପ୍ରତିଶତ ବଡ଼ ମାଛ ଲୋପ ପାଇସାରିଲେଣି । ୫୦ ପ୍ରତିଶତ ପ୍ରବାଳ ଧଂସ ପାଇଗଲାଣି । ମହାସାଗରଠୁ ଆମେ ଆବଶ୍ୟକତାଠୁ ଅଧିକ ନେଇଚାଲିଛୁ । ମହାସାଗର ସହିତ ନୂଆକରି ସନ୍ତୁଳନ ସୃଷ୍ଟି କରିବା ଲାଗି ଆମକୁ ଏକତ୍ର ହୋଇ କାମ କରିବାକୁ ପଡ଼ିବ । ଫଳରେ ତା’ର ସୌନ୍ଦର୍ଯ୍ୟ ଆଉ ହ୍ରାସ ପାଇବ ନାହିଁ, ବରଂ ଏହା ପୁଣି ନୂଆ ଜୀବନ ଫେରିପାଇବ । ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବିଷୟ ରହିଛି ‘ପୁନରୁଦ୍ଧାର: ମହାସାଗର ପାଇଁ ସାମୂହିକ କାର୍ଯ୍ୟାନୁଷ୍ଠାନ ।’