ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

World TB Day 2024: ଜାଣନ୍ତୁ ରୋଗର ଲକ୍ଷଣ ଓ କାରଣ

ଭୁବନେଶ୍ୱର ୨୪/୦୩: ଯକ୍ଷ୍ମା ଭଳି ଏକ ମହାମାରୀ ସଂପର୍କରେ ବିଶ୍ୱବାସୀଙ୍କ ମଧ୍ୟରେ ସଚେନତନା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଯକ୍ଷ୍ମା ଦିବସ । ୧୮୮୨ ମସିହା ଆଜିର ଦିନରେ ଡ. ରବର୍ଟ କୋଚ୍‌ ଯକ୍ଷ୍ମା ପାଇଁ ଦାୟୀ ବ୍ୟାକ୍ଟେରିୟମ୍‌ ଆବିଷ୍କାର ବିଷୟରେ ଘୋଷଣା କରିଥିଲେ । ଏହାପରେ ଯକ୍ଷ୍ମାର ଚିହ୍ନଟ ଓ ଆରୋଗ୍ୟର ପଥ ପରିଷ୍କାର ହୋଇଥିଲା । ସେଥିଯୋଗୁ କୋଚ୍‌ଙ୍କୁ ପରବର୍ତ୍ତୀ ସମୟରେ ନୋବେଲ୍‌ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । 

ଯକ୍ଷ୍ମା ଏକ ସଂକ୍ରାମକ ରୋଗ । ଏହା ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକୁଲୋସିସ୍‌ ନାମକ ଏକ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ । ସାଧାରଣତଃ ଫୁସଫୁସ୍‌ରେ ଯକ୍ଷ୍ମା ରୋଗ ହୋଇଥାଏ । ତେବେ ଏହା ବ୍ୟକ୍ତିଙ୍କର ଅନ୍ୟ ଯେକୌଣସି ଅଙ୍ଗ ଯେପରିକି କିଡ୍‌ନି, ମସ୍ତିଷ୍କକୁ ପ୍ରଭାବିତ କରିପାରେ । ସଂକ୍ରମିତ ରୋଗୀଙ୍କର କଫ, ଛିଙ୍କ କିମ୍ବା ଛେପ ମାଧ୍ୟମରେ ଏହା ବାୟୁଦ୍ୱାରା ବ୍ୟାପିଥାଏ । ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ ଯକ୍ଷ୍ମାର ଚିକିତ୍ସା ସମ୍ଭବପର । ସମୟ ଥାଉ ଥାଉ ଏହାର ଚିକିତ୍ସା କରାଗଲେ ରୋଗୀ ସଂପୂର୍ଣ୍ଣ ଠିକ୍‌ ବି ହୋଇପାରିବେ । 

ଚଳିତବର୍ଷ ଲାଗି ଏହି ଦିବସ ପାଳନର ଥିମ୍‌ ରହିଛି, ‘ହଁ! ଆମେ ଯକ୍ଷ୍ମାକୁ ଶେଷ କରିପାରିବା ।’ ଏହି ଦିବସରେ ସାରା ବିଶ୍ୱରେ ବିଭିନ୍ନ ସଂସ୍ଥା ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତା’ ମାଧ୍ୟମରେ ଲୋକଙ୍କୁ ଯକ୍ଷ୍ମାର କାରଣ, ଲକ୍ଷଣ ସଂପର୍କରେ ସଚେତନ କରାଯାଏ । ସେହିପରି ଯକ୍ଷ୍ମାରେ ପୀଡି଼ତ ଲୋକଙ୍କ ଲାଗି ସମର୍ଥନ ଜୁଟାଇବା ମଧ୍ୟ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ । ସୂଚନାଥାଉକି, ଯକ୍ଷ୍ମା ରୋଗ ଯୋଗୁ ୨୦୨୨ରେ କେବଳ ୧.୩ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିଲା । ଭାରତରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ନିକଟରେ ଏହି ରୋଗ ଚିହ୍ନଟ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.