ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ

ଭୁବନେଶ୍ୱର, ୨।୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗ ଏବଂ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଏପ୍ରିଲ୍ ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଶ୍ୱ ଟୀକାକରଣ ସପ୍ତାହ ୨୦୨୪ ପାଳିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତା ଦେବୀ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ଶିଶୁମାନଙ୍କ ଅଭିଭାବକ ମାନଙ୍କ ନିମନ୍ତେ ଓପିଡି, ଶିଶୁରୋଗ ବିଭାଗ ୱାର୍ଡ ଓ ନବଜାତ ଶିଶୁରୋଗ ବିଭାଗ ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଟୀକାକରଣ କିଭଳି ଶିଶୁମାନଙ୍କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ସେ ବିଷୟରେ ବୁଝାଇ ଦିଆଯାଇଥିଲା । 

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ଉଭୟ ଶିଶୁ ଏବଂ ଅଧିକ ବୟସର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଟୀକା ଗ୍ରହଣ କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ସଚେତନ କରାଇବା ସହ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଓ ନର୍ସିଂ ଅଫିସରମାନଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିପରି ଶିଶୁରୋଗ ବିଭାଗରେ ଇଂଟର୍ଣ୍ଣମାନଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । 

ଗତ ଏପ୍ରିଲ୍ ୩୦ ତାରିଖରେ କମ୍ୟୁନିଟି ମେଡିସିନ ବିଭାଗର ସହଭାଗିତାରେ ଏକ ଆନ୍ତଃ ବିଭାଗୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ପ୍ରାୟ ୧୦୦ ଜଣ ଡାକ୍ତର ଓ ନର୍ସ ସାମିଲ ହୋଇଥିଲେ । ଦୁଇଟି ବିଭାଗର ଫ୍ୟାକଲ୍ଟିମାନେ ଟୀକାକରଣର ଅତ୍ୟାଧୁନିକ କାର୍ଯ୍ୟଧାରା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.