ମୁମ୍ବାଇ ୧୨/୦୯: ନିିତେଶ ତିୱାରୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ ‘କେଜିଏଫ୍’ ଷ୍ଟାର୍ ୟଶ୍ । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ଡିସେମ୍ବରରୁ ସେ ଫିଲ୍ମର ସୁଟିଂ ଆରମ୍ଭ କରିବେ । ଫିଲ୍ମ ପାଇଁ ୟଶ୍ ଅନେକ ଲୁକ୍ ଟେଷ୍ଟ୍ ମଧ୍ୟ କରିଛନ୍ତି । ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଟକ୍ସିକ୍’ର କିଛି ସିନ୍ର ସୁଟିଂ ଶେଷ କରିବା ପରେ ସେ ‘ରାମାୟଣ’ର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ବର୍ଷର ପ୍ରଥମ ୩ ମାସ ପର୍ଯ୍ୟନ୍ତ ସେ ଫିଲ୍ମ ସୁଟିଂରେ ଭାଗ ନେବେ ।
ରଣବୀର କପୁର, ସନି ଦେଓଲଙ୍କ ଭଳି ସେ ମଧ୍ୟ ନିର୍ଦ୍ଦେଶକଙ୍କୁ ନିଜ ସୁଟିଂ ତାରିଖର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି । ୨୦୨୫ ମଧ୍ୟଭାଗରେ ରଣବୀର ଓ ସନି ଦେଓଲଙ୍କ ସହ ୟଶଙ୍କ ସିନ୍ର ସୁଟିଂ କରିବେ ନିର୍ଦ୍ଦେଶକ । ସନି ଆସନ୍ତା ମାର୍ଚ୍ଚ ସୁଦ୍ଧା ହନୁମାନ ଚରିତ୍ରର ସୁଟିଂ ଆରମ୍ଭ କରିବେ । ‘ଦଙ୍ଗଲ’ ଫେମ୍ ଅଭିନେତ୍ରୀ ସାକ୍ଷୀ ତନୱର ରାବଣର ପତ୍ନୀ ମନ୍ଦୋଦରୀ ଭୂମିକା ନିର୍ବାହ କରିବେ । ଏଥିରେ ସେ ପ୍ରଥମ ଥର ୟଶ୍ଙ୍କ ସହ କାମ କରିବେ । ଫିଲ୍ମରେ ରଣବୀର ରାମ ଓ ସାଉଥ୍ ନାୟିକା ସାଇ ପଲ୍ଲବୀ ସୀତା ଭୂମିକାରେ ନଜର ଆସିବେ । ଚଳିତ ବର୍ଷ ମାର୍ଚ୍ଚରୁ ରଣବୀର ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ । ନିଜ ଚରିତ୍ରର ପ୍ରାୟ ୯୦ ପ୍ରତିଶତ ସୁଟିଂ ସେ କରିସାରିଛନ୍ତି ।