ଭୁବନେଶ୍ୱର ୨୩/୦୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ । ଧୀରେ ଧୀରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୪ ସୁଦ୍ଧା ଅବପାତରେ ପରିଣତ ହେବ । ୨୫ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟା ନେଇପାରେ। ଉତ୍ତର ପର୍ବ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗାପସାଗରରରେ ଦିଗରେ ଗତି କରିବ ।୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ। ଏକ୍ସ ଜରିଆରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।
move northeastwards & concentrate into a #Depression over central parts of Bay of Bengal by morning of #24th. Thereafter, it is very likely to continue to move northeastwards, intensify further into a #CyclonicStorm over eastcentral Bay of Bengal by 25th May morning.
— Meteorological Centre, Bhubaneswar (@mcbbsr) May 23, 2024
ଆଇଏମ୍ଡି ଡିଜିଙ୍କ ସୂଚନା ମୁତାବିକ, ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ । ଏହାର ପ୍ରଭାବରେ ୨୫ରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ବା ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ।