ନୂଆଦିଲ୍ଲୀ :୨୦୨୪ର ଲୋକସଭା ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ, ଯାହା ଆଜି ୧୯ ଅପ୍ରେଲରୁ ଆରମ୍ଭ ହୋଇ ଯାଇଛି। ଭୋଟ ଦେବା ପାଇଁ ସବୁଠୁ ଜରୁରୀ ହୋଇଥାଏ ଭୋଟର ଆଇଡି କାର୍ଡ। କିନ୍ତୁ ଆପଣ ଯଦି ଆଇଡି କାର୍ଡ ଭୋଟିଂ ଦିନ ବୁଥ୍କୁ ନେବାକୁ ଭୁଲି ଯାଇଛନ୍ତି ବା ଆପଣଙ୍କର ଭୋଟ ଆଇଡି ତିଆରି ହୋଇନି ତ ଆପଣ ଏହି ୧୧ଟି ଡକ୍ୟୁମେଣ୍ଟକୁ ବ୍ୟବହାର କରି ନିଜର ମୂଲ୍ୟବାନ ଭୋଟ୍ ଦେଇ ପାରିବେ। ଆସନ୍ତୁ ବିସ୍ତୃତରେ ଜାଣିବା କେଉଁ କେଉଁ ୧୧ ଡକ୍ୟୁମେଣ୍ଟ ସହ ଆପଣ ଭୋଟ୍ ଦେଇ ପାରିବେ।
ଭୋଟର ଆଇଡି ବିନା ଏମିତି ଦିଅନ୍ତୁ ଭୋଟ୍ –
ଭୋଟ ଦେବା ପାଇଁ ଏହି ସବୁ ଡକ୍ୟୁମେଣ୍ଟର ବ୍ୟବହାର କରନ୍ତୁ ...
୧- ପ୍ୟାନ କାର୍ଡ
୨- ଆଧାର କାର୍ଡ
୩- ଡ୍ରାଇଭିଂ ଲାଇସେନ୍ସ
୪- ପାସପୋର୍ଟ
୫- ରାଜ୍ୟ/ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସେବା ଆଇଡି କାର୍ଡ
୬- ପିଏସୟୁ ମନରେଗା ଜବ୍ କାର୍ଡ
୭- ଶ୍ରମ ବା ରୋଜଗାର ମନ୍ତ୍ରଣାଳୟ ଦ୍ୱାରା ଜାରି ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
୮- ବ୍ୟାଙ୍କ ବା ଡାକଘର ଦ୍ୱାରା ଜାରି ଆପଣଙ୍କର ଫଟୋ ଯୁକ୍ତ ପାସବୁକ୍
୯- ରିଟାୟର୍ଡ କର୍ମିଙ୍କ ପାଇଁ ପେନସନ କାଗଜପତ୍ର
୧୦- ସାଂସଦ/ ବିଧାୟକ /ଏମଏଲସିକୁ ଜାରି କରାଯାଇ ଥିବା ଅଫିସିଆଲି ପରିଚୟ ପତ୍ର
୧୧- ୟୁନିକ୍ ଡିସାବିଲିଟି ଆଇଡି (ୟୁଡିଆଇଡି) କାର୍ଡ , ଭାରତ ସରକାର
ଏମିତି ଘରେ ବସି ତିଆରି କରନ୍ତୁ ଭୋଟର ଆଇଡି –
୧- ଏଥିପାଇଁ ସର୍ବ ପ୍ରଥମେ ଅଫିସିଆଲି ୱେବସାଇଟ୍ https://www.nvsp.in/କୁ ଯାଆନ୍ତୁ।
୨- ହୋମପେଜରେ ହିଁ ନ୍ୟୁ ରେଜିଷ୍ଟ୍ରେସନ ଫର୍ ଜେନେରାଲ ଇଲେକ୍ଟୋର୍ସ ଦେଖାଯିବ ।
୩- ଏବେ ସାଇନ୍ ଅପ୍ କରିବାକୁ ହେବ ।
୪- ଏହାପରେ ସବୁ ଆବଶ୍ୟକୀୟ ଡିଟେଲ୍ସ ଭରନ୍ତୁ।
୫- ଏବେ ମୋବାଇଲ ନମ୍ୱର , ପାସୱାର୍ଡ , କ୍ୟାପଚା ଓ ଓଟିପି ଦେଇ ରେଜିଷ୍ଟ୍ରେସନ କରନ୍ତୁ।
୬- ଏହାପରେ ଫର୍ମ ୬ ସବ୍ମିଟ୍ କରନ୍ତୁ।