ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଖଜୁରିପଡା,୨୪/୨ :   ଖଜୁରିପଡା ଥାନା ଅନ୍ତର୍ଗତ ଡିମିରିଖୋଲ ଗ୍ରାମର ପୋଖରୀରେ ଜଣେ ଯୁବକ ଗାଧୋଇବା ବେଳେ ପାଣିରେ ବୁଡି ଯିବାରୁ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫୁଲବାଣୀ ଶଗଡ଼ିଆ ସାହିର ମୃତୁଞ୍ଜୟ ସାହୁ(୩୬) । 

ସୂଚନା ଅନୁଯାୟୀ, ସେ ଶୁକ୍ରବାର ଖଜୁରୀପଡା ସ୍ଥିତ ତାଙ୍କ ମାମୁଁ ଘରକୁ ଯାଇଥିଲେ । ଆଜି ସକାଳ ୧୦ ଟା ବେଳେ ଗାଧୋଇବା ପାଇଁ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ   ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ମାମୁଁ ଘର ଲୋକେ ଖୋଜା ଖୋଜି କରିଥିଲେ। ପରେ କିଛି ଲୋକ ସେ ପାଣିରେ ଭାସୁଥିବା ଦେଖି ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଖଜୁରିପଡା ପୋଲିସ ଓ ଦମକଳ ବାହୀନ ମିଶି ମୃତଦେହକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଖଜୁରିପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ସବ ଇନସ୍ଫେକ୍ଟର ଶିଶିର କୁମାର ପ୍ରଧାନ କହିଛନ୍ତି। ମୃତ ଯୁବକ ଜଣକ ଫୁଲବାଣୀ ପରିବହନ କାର୍ଯ୍ୟାଳୟ ନିକଟରେ ଦୋକାନ କରିଥିବା ଜଣାପଡିଛି।

ଆହୁରି ପଢନ୍ତୁ : ମଦନ ନାୟକ ହତ୍ୟା ଘଟଣା : ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.