ଆନନ୍ଦପୁର, ୧୦।୧୨: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧିନସ୍ଥ ସାଳନ୍ଦୀ ନଦୀର ବାଙ୍ଗୋର ଘାଟରେ ବୁଡ଼ି ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏହି ବ୍ୟକ୍ତିଙ୍କ ଜଣକ ନିରଞ୍ଜନ ମଲ୍ଲିକ ବୋଲି ଜଣାପଡ଼ିଛି । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ହରିପୁର ଗ୍ରାମରେ ।
ନିରଞ୍ଜନ ଅନେକ ସମୟରେ ଯେଉଠବାହଳି ଗ୍ରାମରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ଯାଆନ୍ତି । ଶନିବାର ସନ୍ଧ୍ୟାରେ ସାଳନ୍ଦୀ ନଦୀ ଆଡ଼େ ବୁଲିବାକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ରବିବାର ସକାଳୁ ତାଙ୍କ ମୃତଦେହକୁ ସାଳନ୍ଦୀ ନଦୀରୁ ଉଦ୍ଧାର କରାଯାଇଛି । ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।